।। ଏ ବର୍ଷ ର ରଜ।।
କୁଆଁରୀ ଝିଅ ଟିଏ ହୋଇନି ସଜ
ବନସ୍ତେ ଏଥର ଡାକିନି ଗଜ
ଏ ବରଷ ଏମିତି ରଜ
ଖୁସିରେ କେହି କରୁନାହାନ୍ତି ମଉଜ।।
ନାହିଁ ସାଙ୍ଗ ସାଥୀ ମେଳ
ନାହିଁ ଗାଁ ମୁଣ୍ଡେ ଦୋଳି ଖେଳ।।
ଫିକା ଫିକା ଲାଗେ ରଜ
ପାନ ଖିଲ ଭାଙ୍ଗି ଦେଇନାହାନ୍ତି ଜେଜ।।
ବlଘୁଡି , ଲୁଡୁ ଖେଳ ଖେଳିବା ପାଇଁ
ଗାଆଁ ଦାଣ୍ଡେ ଦେଖାଯାଉ ନି କେଉଁଟି ମେଳ ।।
ପ୍ରକୃତି ବି ଆଜି ଦେଖେଇ ଦେଲା ସେ କେଡେ ବଡ କଳାକାର
ଦେଖ କିପରି ପ୍ରତିଶୋଧ ନେଲା ତା ପ୍ରତି ହୋଇଥିବା ଅତ୍ୟାଚାର ର ।।
ଉଦ୍ଧାର ସେରକ ତିନି ପାଆ ନୁହଇ
ଯିଏ ଯେତିକି ଧାରାଇ ସେତିକି ଭରଇ
ଏତିକି ତ ବୁଝି ସାରିଥିବ ମୋ ଭଉଣୀ ଭାଈ।।
କର ଯୋଡ଼ି ଏତିକି ଜଣାଉଛି କାଳିଆ କୁ ମୋର
ଏହି ମହାମାରୀ ସଙ୍କଟ ରୁ ଜଲଦି ରକ୍ଷା କର ।।
ଆର ବରଷ ରଜ କୁ ଫେରୁ ହଜିଥିବ ଖୁସି ଆମର।।।🙏🏻
ନାମ - ସ୍ମୃତି ପ୍ରଜ୍ଞା ଜେନା
0 Comments