ରଜ
ଉତ୍କଳ ମାତାର କୃଷି ପରଂ ପରା
ଜଗତେ ମହାନ ହୋଇ
ବିଶ୍ୱ ଚ୍ଚିଦିନେ ଇତିହାସ ଗାଥେ
ଯାଇଛି ଆମର ଛାଇ।।୧।।
ଜ୍ୟେଷ୍ଠମାସଶେଷ ଆଷାଢ ଆଦ୍ୟରେ
ଆନନ୍ଦ ଉଲ୍ଲାସ ଭରି
ରଜ ଆସିଥାଏ ମଉଜକୁ ନେଇ
ସର୍ବ ମନ ପ୍ରାଣ ସ୍ୱରି।।୨।।
ଧରିତ୍ରୀ ମାତାର ଉତ୍ପାଦନ ଶକ୍ତି
କୃଷକ ପ୍ରାଣେ ଆନନ୍ଦ
କୁମାରୀ ଗଣଙ୍କ ନୁତନ ବସନ
ସର୍ବ ମନଜିନେ ଚାନ୍ଦ।।୩।।
ତିନିଦିନ ଧରି ଦୋଳି ଖେଲ ଝୁରି
ଗ୍ରାମ୍ୟ ଗୀତ ପ୍ରୀତି ଧାରେ
ବୃଦ୍ଧବନିତାର ପୋଡ଼ପିଠା ପ୍ରୀତି
ରଜଫ୍ରାତି ମଧୁସ୍ମରେ।।୪।।
କୃଷକ ମନରେ ଅଫୁରନ୍ତ ଧାର
ନୁତନ ଫସଲ ଦିଗେ
ଆନନ୍ଦ ଲହରୀ ବିଜନ ବେଳାର
ରାଜ ଅନୁକୂଳ ମାରେ।।୫।।
ଜଗନ୍ନାଥ ସ୍ମରି ଉତ୍କଳୀୟ ପୁରୀ
ଆନନ୍ଦ ଉଲ୍ଲାସ ଭାବେ
ପ୍ରତି ମନ ଧନ ସୁଗମ ଜୀବନ
ତାଆସ ପଶା ବିଉବେ।।୬।।
ମାଟିର ମାଆ ଭାବ ଜଗତ ବିଭବ
ଶିଖାଏ ଯୁଗ ଯୁଗକୁ
ଶେଷ ଦିବସର ବସୁମତୀ ସ୍ନାନ
ଆଣିଥାଏ ପ୍ରିତି ଟାକୁ।।୭।।
______________
ଶ୍ରୀ ଅଶୋକ କୁମାର ପତି
( ସାଂବାଦିକତାରେ ସ୍ନାତକୋତ୍ତର)
ଖଙ୍କିରା: ଗଁଦିଆ:ତେଙ୍କାନାଳ
(୭୫୯୦୧୬)
Mo:6370695921
0 Comments