'' ଦେଶପ୍ରେମୀ"
***********************
ମୋ ଦେଶର ମାଟି 
ମଳିନ ମୁହଁଟି
ହସଇ ବିଲ ଉଦ୍ୟାନ ।
କୃଷକ ଆମର 
କାଦୁଅ କେଦାର
କରଇ ସବୁଜ ଘନ ।।
କୃପଣ ନହୋଇ 
କର୍ଷଣ କରଇ
ଖଟି ଖଟି ରାତିଦିନ ।
ଶସ୍ୟ ପୂର୍ଣ୍ଣ ଧାତ୍ରୀ 
ସୃଜିଣ ଧରିତ୍ରୀ
ଚିର ହରିତ ଉଦ୍ୟାନ ।।
ଶ୍ରମିକ ଭାଇର 
ଶକତି ଅପାର
ଖୋଳଇ ଖଣି ଖାଦାନ ।
ସଡ଼କ କେନାଲ 
ସୁନ୍ଦର ମହଲ
ତୋଳିଦିଏ ଦୂର୍ଗ ମାନ ।।
ପାହାଡକୁ ତାଡି 
ପଥରରେ ଗଢି
ମୂର୍ତ୍ତି ମନ୍ଦିରେ ଶୋଭନ ।
କଳ କାରଖାନା 
କରିଣ କଳ୍ପନା
ଶିଳ୍ପ ସମୃଦ୍ଧି ସନ୍ଧାନ ।।
ହେବୀର ପୁଙ୍ଗବ
ମୋଦେଶ ବିଭବ
ସମୃଦ୍ଧିର ଉପାଦାନ ।
ସାହାସୀ ସୈନିକ
ସୀମାନ୍ତ ରକ୍ଷକ
ମାତୃଭୂମିର ସନ୍ତାନ ।।
ବନ୍ଧୁକ କମାଣ 
ବର୍ଷୀ ପ୍ରତିକ୍ଷଣ
ଶତ୍ରୁକୁ କରେ ନିଧନ ।
କେବେ ବଳିଦାନ
କରଇ ଜୀବନ
କ୍ଷତାକ୍ତ ହୋଇ ବିପନ୍ନ ।।
ଦେଶର ସୁରକ୍ଷା
ପାଇଁ ଯାର ଚିନ୍ତା
ଭୋକ ଶୋଶ ଭୁଲିଯାଏ ।
ଜାଗ୍ରତ ପ୍ରହରି
ଦିବଶ ରଜନୀ
ନିଦ ଆଖିରେ ନଥାଏ ।।
ପ୍ରତ୍ୟକ ମୁହୂର୍ତ୍ତ
ତୀକ୍ଷଣ ଦୃଷ୍ଟିରେ
ନୀରେଖି ଅନାଇଥାଏ ।
ଶତ୍ରୁ ପଦ ଧ୍ଵନୀ
ଶୁଣିବାର କ୍ଷଣି
ରକ୍ତ ତାର ତାତିଯାଏ ।।
ଆନେ ଦେଇ ଶାନ୍ତି
ନିଜେ ପୁଣି ଭ୍ରାନ୍ତି
ସଙ୍କଟରେ ପଡ଼ି ଯାଏ ।
ଦେଶ ମାତୃକାର
ସେବକଟେ ହୋଇ
ଜୀବନକୁ ବଳି ଦିଏ ।।
ଜାଙ୍କରି ସଂକଳ୍ପ
ନିଷ୍ଠା ଉଦ୍ୟମରେ
ଦେଶ ଆମ ହସୁଥାଏ ।
ବୀରତ୍ଵର ତାର
ନାହିଁ ପଟାନ୍ତର
ସଚ୍ଚା ଦେଶପ୍ରେମୀ ଟିଏ ।।
***********************
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ - କୁଲାଡ଼,ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ-୭୬୧୧୩୧
ଭ୍ରାମ୍ୟଭାଷ - ୯୪୩୮୧୮୯୯୪୮
***********************