❤️❤️ଭାରତୀୟ ସେନା❤️❤️
ଭାରତୀୟ ସେନା ଅଟନ୍ତି ଯେ ବୀର,
ପଛଘୁଞ୍ଚା ନାହିଁ ମନେ ।
ଶତ୍ରୁ କୁ ଦମନ କରନ୍ତି ଦେଶର,
ସୁରକ୍ଷା କୁ ରଖି ଧ୍ୟାନେ ।।
ଦଳ ବଳ ଘେନି ଆସୁ ପଛେ ଶତ୍ରୁ,
ଆମ ସେନା ପାଖେ ତୁଚ୍ଛ ।
ଯେତେ ପରକାର ଆଧୁନିକ ଯନ୍ତ୍ର,
କରନ୍ତୁ ପଛକେ ଗୁଚ୍ଛ ।।
ଭାରତୀୟ ସେନା ହାରିବା ଜାଣେନି,
ଜିତିବାର ମୋହ ନାହିଁ ।
ଶାନ୍ତି ବାର୍ତ୍ତା ଦିଏ ଶତ୍ରୁ ର ପକ୍ଷ କୁ,
ଶାନ୍ତି ରେ ରହିବା ପାଇଁ ।।
ବୁଝିଗଲେ ଭଲ ନଚେତ ଦେଖନ୍ତି,
ଭାରତୀୟ ସେନା ବଳ ।
ଶତ୍ରୁ ର ପକ୍ଷ କୁ ବିଧ୍ଵଂସ କରନ୍ତି,
ଭାରତୀୟ ସେନା ଦଳ ।।
ଧନ୍ୟ ତୁମେ ବୀର ଭାରତୀୟ ସେନା,
ଦେଶ ର ରକ୍ଷକ ସାଜି ।
ଦେଶ ମାତୃକାର ସେବା କରୁଅଛ,
ଜୀବନ ଲଗାଇ ବାଜି ।।
କୃତଜ୍ଞତା ଆଜି ଜ୍ଞାପନ କରୁଛୁ,
ସମଗ୍ର ଭାରତ ବାସୀ ।
ବିଜୟ ତିଳକ ପିନ୍ଧିଣ ତୁମର,
ଜୀବନ ଟା କଟୁ ହସି ।।
🙏🙏🙏ଧନ୍ୟବାଦ🙏🙏🙏
✍️ସୁମନ୍ତ ବେହେରା✍️
🏠ହତାପୁର,ଗଞ୍ଜାମ🏠
0 Comments