ଶତୃର ହସ୍ତରେ ପିନ୍ଧାଅ ଚୁଡି
================
ହୀମାଳୟ ଯା'ର ମୁକୁଟ ମଣ୍ଡଇ
ମହୋଦଧି ଯା'ର ପାଦ ପଖାଳେ ,
ବୀର ପ୍ରସବୀନୀ ସେ ମାଟି ମାଆର
ନୟନରୁ ଆଜି ଲୋତକ ଝରେ ।।

ସେ ମାଟି ମାଆର ସନ୍ତାନ ଆମେରେ
ଜୈନ ଖ୍ରୀଷ୍ଟିଆନ୍ ମୁସଲିମ୍ ହୀନ୍ଦୁ ,
ସପଥ ନେଇଣ ରଖିବା ତା ଟାଣ
ଜଳ ରାଶି ମିଶି ହୋଇଣ ସିନ୍ଧୁ ।।

ଶତୃର ଆଘାତ ଲାଗି ମର୍ମାହତ
ହୋଇଅଛି ଆମ ଭାରତ ମାଆ ,
ତା ଉଦରୁ ଜନ୍ମି ବଞ୍ଚି କିସ ଲାଭ
ଦୁଃଖ ବେଳେ ଯେବେ ନହେବା ସାହା  ।।

ଇତିହାସ ଯା'ର ଲୋମ ଟାଙ୍କୁଳାଏ
ତତାଏ ରୁଧିର ଧମନୀ ଶିରେ ,
ସେ ମାଟିକୁ ଆମେ ମଥାରେ ଲଗାଇ
ଆଗକୁ ବଢିବା ବୀର ଦର୍ପରେ ।।

ଗୋଟିଏ ସୁବାଷ କୋଟିଏ ହେବାରେ
ଶତୃର ରକତେ ଖେଳିବା ହୋଲି ,
ଏ ମାଟିର ବୀର ପୂର୍ବଜ ସାଜିବା
ଶତୃ ନଚାହିଁବ ପଛକୁ ବୁଲି ।।

ଗୁଳିର ଜବାବ ଗୁଳିରେ ଦେବାରେ
ଶତୃ ନଦେଖିବ ଉଠାଇ ଆଖି ,
ଆସୁ ବାଧା ଯେତେ ନହଟିବା ପଛେ
ଶତୃକୁ ଦେବାରେ ଉଚିତ ଶାସ୍ତି ।।

ଲଢିବା ପୂର୍ବରୁ ହାରିବା ଶିଖନା
ହାରିବ ଯଦିତ ଲଢିକି ହାର ,
ଜନ୍ମ ଭୂମି ପାଇଁ ବଳୀଦାନ ହୁଅ
ମରଣକୁ ତୁମେ କାହିଁକି ଡର ।।

ଶତୃର କମାଣ ଗର୍ଜେ ଘନ ଘନ
ରୁଧିରେ ଏମାଟି ହୁଅଇ ସିକ୍ତ ,
ଜାଗହେ ଯବାନ ହେ ନବ ନବୀନ
ନବହୁ ମାଆର ବକ୍ଷୁ ଶୋଣିତ ।।

କଥାରେ ନୁହଁରେ କାମରେ ଦେଖାଅ
ରକ୍ତର ଯବାବ ରକ୍ତରେ ଦିଅ ,
ଥରୁ ଶତୃ ବୁକୁ ହୃତପିଣ୍ଡ ରୁକୁ
ଶତୃର ମନରେ ଜାଗରେ ଭୟ ।।

ବଇରୀର ପଣ ହେଉ ଆଜି କ୍ଷିଣ୍
ସଭିଏଁ ରୁହନ୍ତୁ ମାଟି କାମୁଡି ,
ଭାଙ୍ଗୁ ଦମ୍ଭ ଦର୍ପ ହେଉ ଶତୃ ଲୋପ
ଶତୃର ହସ୍ତରେ ପିନ୍ଧାଅ ଚୁଡି ।।

   ଗୋପୀନାଥ ପରିଡା
   ଭୂତଡିହି , ନୟାଗଡ଼ ।

    9937715765