ଆମେରେ ସବୁ ଦେଶପ୍ରେମୀ -
**********************
ଏହି ଦେଶର କୋଳେ,
ଜନମ ହୋଇଥିଲେ l(ଘୋଷା )
ଗାନ୍ଧୀ, ସୁବାଷ ବୋଷ,
ଗୋପ ଓ ମଧୁ ଦାସ l
ଏହି..................... l(0)
ଜୟୀରାଜ ଓ ବକ୍ସି
ନିଜ ଜୀବନ ଝାସି l
ବୀର ସୁରେନ୍ଦ୍ର ସାଏ,
ରାମମୋହନ ରାଏ l
ଏହି..................... l(1)
ଆଚାର୍ଯ୍ୟ ହରିହର,
ବିର୍ସାମୁଣ୍ଡା, ସର୍ଦ୍ଦାର l
ଭଗତ ଓ ଉଦ୍ଦାମ,
ନେହେରୁ ଖୁଦିରାମ l
ଏହି..................... l(2)
ଲୋକମାନ୍ୟ ତିଳକ,
ଲକ୍ଷ୍ମଣ ଯେ ନାଇକ l
ମୌଲାନା, ଦାମୋଦର,
ପାଣ୍ଡେ, ଆମ୍ବେଦକର l
ଏହି..................... l(3)
ନାରୀନେତ୍ରୀ ସମେତ,
ନେଇଥିଲେ ନେତୃତ୍ୱ l
ରମାଦେବୀ, କୁନ୍ତଳା,
ସରୋଜିନୀ, ସାରଳା l
ଏହି..................... l(4)
ନିବେଦିତାଙ୍କ ପରି,
ବିଦ୍ୟୁତ, ଝାଲକାରୀ l
ଲକ୍ଷ୍ମୀବାଇ ପ୍ରଭୃତି,
ଦେଲେ ସବୁ ଆହୁତି l
ଏହି..................... l(5)
ନେତାନେତ୍ରୀ ଏପରି,
ସବୁ ଗଲେଣି ମରି l
ତାଙ୍କ ପରି ହୋଇବା,
ଆସ ରାଣ ଖାଇବା l
ଏହି..................... l(6)
ହୋଇବା ଦେଶପ୍ରେମୀ,
କରିବା ଅନୁଗାମୀ l
ଚାଲିବା ଟେକି ମଥା,
ଗାଇବା ତାଙ୍କ ଗାଥା l
ଏହି..................... l(7)
######
କବିଶ୍ରୀ -ବୁଲୁ ବେହେରା (ଶିକ୍ଷକ)
କର୍ପୁର ନୂଆଗାଁ, ଆସିକା -ଗଞ୍ଜାମ
ଭ୍ରାମ୍ୟଭାଷ -9861539620
🙏🙏🙏🙏🙏🙏🙏🙏
0 Comments