*ଦେଶପ୍ରେମୀ *
========
ଧନ୍ୟ ତୁମ ପିତା ମାତା 🙏
ବୀର ଗରୀୟାନ ଗରୀୟସୀ 
ଜନମ କରି, ହୃଦେ ଦେଇ ପୀଡା 
ତୁମକୁ ଅର୍ପିଛନ୍ତି ଦେଶ ଜୀବନ ପାଇଁ||
କେତେ କେତେ ଦେଶପ୍ରେମୀ 
ଜୀବନ ଦେଇଛନ୍ତି ଭାରତ ମାତା ପାଇଁ 
ଥିଲେ କିନ୍ତୁ ଜଣେ ବୀର ଗରୀୟାନ 
କଟକ ଜିଲ୍ଲା ଯାହାଙ୍କ ଜନମ ସ୍ଥାନ ||
ମାତା ପ୍ରେରଣାରେ ଦେଶପ୍ରେମୀ ସିଏ 
ରଖିଲେ ଦେଶର ଟେକ 
ସ୍ୱାଧୀନତା ପାଇଁ ରକ୍ତ ମାଗି ସିଏ  
ରଖିଲେ  ଜାତିର ଭେକ ||
ଭାରତରେ ଥିଲେ ବହୁ ଦେଶପ୍ରେମୀ 
ଯାହା ଲାଗି ଦେଶ ସ୍ୱାଧୀନ ଆଜି 
ତଥାପି ଲଢ଼ୁଛନ୍ତି ଏବେ କେତେ ଦେଶପ୍ରେମୀ 
ନିଜ ଜୀବନକୁ କରୋନା ଭୁତାଣୁ ଆଗେ ବାଜି ରଖି ||
ଚାଇନା ଭାରତ ତାଲାବନ୍ଦ ସ୍ଥିତି ଦେଖି 
ଲଦାଖ ଧାର ଭଳି କେତେ ଜାଗାକୁ
 ନିଜର କହି କାବୁ  କଲାଣି 
ତଥାପି ହାରି ନାହଁନ୍ତି ଆମ ଦେଶପ୍ରେମୀ 
ବାରୂଦର ଗୋଳା ଖାଇ ଆଗେଇ ଚାଲିଛନ୍ତି  
ଦେଶର ସମ୍ମାନ ଫେରାଇବା ପାଇଁ ||
ଦେଖି କେତେ ଦେଶପ୍ରେମୀର ଚିର ନିଦ୍ରାର ଶୟନ 
ସ୍ମରେ ତାଙ୍କୁ ଭାରତ ମାତା ଘନ ଘନ 
ଚାରିଆଡେ ଦେଶ ଗାଇ ବୁଲୁଛି ଆଜି 
ଜୟ ଜୟ ତାଙ୍କ ଗାଣିମାର ଗୁଣଗାନ ||
===============================
ପ୍ରଜ୍ଞାଲୀନ ସାହୁ 
ଜଗତସିଂହପୁର