**ଦେଶପ୍ରେମ **
ହେ ମୋ ଦେଶର ଜାଗ୍ରତ ପ୍ରହରୀ
ଅସ୍ତ୍ରଶସ୍ତ୍ରଧାରୀ,ମୋ ଦେଶ
ମାତୃକାର ଦୁଃଖହାରୀ ।।
ତବ ଧମନୀରେ ଉଷ୍ମ ରୁଧିର
କରି ପ୍ରଵାହିତ
ମାତୃଭୂମି ପାଇଁ ତ୍ୟାଗି ଜୀବନ
ଆତ୍ମୀୟଙ୍କୁ କର ମର୍ମାହତ ।।
କାଶ୍ମୀର ହେଉକି ଚୀନ୍ ସୀମା ଵିଵାଦ
ତଵ ଦୀପ୍ତିମାନ ତେଜିୟାନ୍ ନେତୃତ୍ବ
ପାଇଁ ଜନ୍ମଭୂମି ନଗଣେ ପ୍ରମାଦ ।।
କାରଗିଲ୍ ଯୁଦ୍ଧ ହେଉ ଅବା ଫୁଲୱ।ମା ଆକ୍ରମଣ
ପ୍ରିୟ ମାତୃଭୂମିର ସୁରକ୍ଷା
ପାଇଁ କରିଛ ମରଣକୁ ଵରଣ ।।
ଗଲୱ।ନ ଭ୍ୟାଲିରେ ଚୀନ୍ ସୃଷ୍ଟି କରେ ଉତ୍ତେଜନା
ହେ ଵୀରଵର କର ଦଣ୍ଡିତ
ନ କରି କ୍ଷମା ମାର୍ଜନା ।।
ଶାନ୍ତିପ୍ରିୟ ଦେଶ ମୋର କେଵେ ଚାହେଁନି ଯୁଦ୍ଧ
ପଡୋଶୀଙ୍କ ଉତ୍ପାତ୍ତେ ପ୍ରତିଶୋଧର
ଡାକରା ଦେଵାକୁ ହୋଇଛି ଵାଧ୍ୟ ।।
ହେ ମୋ ମାଟି ମାଆର ଵୀର ପୁରୁଷ
ସହୀଦ୍ ଚନ୍ଦ୍ରଶେଖର,ନୁଦୁରାମ,କର୍ଣ୍ଣଲ ସନ୍ତୋଷ
ତୁମ୍ଭକୁ କୋଟି କୋଟି ପ୍ରଣିପାତ ଧନ୍ୟବାଦ ଅଶେଷ ।।
ଗଲୱ।ନ ଉପତ୍ୟାକେ ହେ ମୋର ସମସ୍ତ
ସହୀଦ୍ ଵୀରପୁରୁଷ ,ଧର୍ନୁଧାରୀ
ଘେନ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।।
ତପସ୍ବିନୀ ରଥ
କେନ୍ଦ୍ରାପଡା
0 Comments