***"ଦେଶ ପ୍ରେମୀ"**
                        

ଭାରତ ସଭ୍ୟତା ମହାନ, ମହାନ ଏହାରି ସଂସ୍କୃତି
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାର କୃତି

ଭିନ୍ନ ଭିନ୍ନ ଭାଷା ଭିନ୍ନ ଭିନ୍ନ କଥା
ରହିଛି ଭାରତ ଦେଶେ
ରଙ୍ଗ ବେରଙ୍ଗର ବେଶଭୁଷା ବେଶେ
ଅତି ମନୋରମ ଦିଶେ
ସୁନ୍ଦର ଲାଗଇ ଏହାରି ଆକୃତି
ଭରି ରହିଅଛି କେତେ କଳାକୃତି
ବିଚିତ୍ର ଏହାର ଗାଥା, ବିଚିତ୍ର ଏହାର କୃତି

ରାମ କୃଷ୍ଣ ଙ୍କର ଜନମ ଏ ଦେଶେ
ଧନ୍ୟ ଏହାରି ମାଟି ମା
ସର୍ବ ପୁରାତନ ରୀତି ପୌରାଣିକ
ରହିଛି ଆଜିବି ଠିଆ
ଅଲୌକିକ ଜ୍ଞାନ ର ଏଠି ଜାଗୃତି
ଗୌରବମୟ ଏହାରି ମନୋବୃତ୍ତି
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାରି କୃତି

କାଶୀ,ମଥୁରା,ଅଯୋଧ୍ୟା,ବୃନ୍ଦାବନ
ରହିଅଛି ଚାରି ଧାମ
ଭକ୍ତ ଙ୍କର ଏଠି ମେଳରେ ଭଜନ
ସକାଳେ ସନ୍ଧ୍ୟାରେ ନାମ
ଏହାର ମସ୍ତକେ ରହି ଅଛି କେତେ
ସନ୍ତାନ ପାଇଁ କି, ଦିବ୍ୟ କୃପାଦୃଷ୍ଟି
ବିଚିତ୍ର ଏହାର ଗାଥା, ବିଚିତ୍ର ଏହାର କୃତି

ଗଙ୍ଗା ବହିଯାଏ ପବିତ୍ର ଧାରାରେ
ଧୋଇ ଯାଏ କେତେ ପାପ
ବର ପିପଲ ପୂଜା ପାଏ ଏଠି
ତୁଳସୀ ଚଉରେ ଦୀପ
ଯଜ୍ଞ ବେଦପୀଠ ଶ୍ଳୋକ ର ସାନ୍ନିଦ୍ଧି
ପୂଜା ପାଠ ରେ ରହି ଅଛି ରିଦ୍ଧି ସିଦ୍ଧି
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାରି କୃତି

ସବୁ ଧର୍ମ ଏଠି ପାଏ ଯେ ସମ୍ମାନ
ନ ଥାଏ ବାଛ ବିଚାର
ଭଜନ କୀର୍ତ୍ତନେ ଧ୍ୟାନ ଭକ୍ତି ଭାବ
ଧନ୍ୟ ଏହାରି ସଂସାର
ଏ ମାଟିର ଧର୍ମ କର୍ମ ରୀତି ନୀତି
ଏଠି ଅଛି ସୁଖ ଶାନ୍ତି ର ପ୍ରବୃତ୍ତି
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାରି କୃତି

ପ୍ରଭୁ ମହାବୀର, ଗୌତମ ଯେ ଦେଲେ
ସତ୍ୟର ଅହିଂସା ମାର୍ଗ
ସତ୍ୟ ର ମାର୍ଗରେ ରହି ଅଛି ଜୟ
ଅସତ୍ୟ ରେ ପରାଜୟ
ନିଜ ବୁଦ୍ଧି ବଳେ ସମସ୍ତ ଜନତା
ଲଭନ୍ତି ଜନ ହିତପୋଦେଶ ପ୍ରବୃତ୍ତି
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାରି କୃତି

ପ୍ରତି ସକାଳର ଉପାସନା ସୂର୍ଯ୍ୟ
ଦିଅନ୍ତି ଉଜ୍ଜ୍ୱଳ କରି
ନିତିପ୍ରତି ରାତ୍ର, ଚନ୍ଦ୍ର ର ଆଲୋକ
ନିଶି କୁ ଦିଅ ଯେ ମାରି
ରହିଛି ଏଠି ସଦଭାବନା ପ୍ରୀତି
ବର୍ଷରୁ ରହିଛି ଆତିଥ୍ୟ ସଂସ୍କୃତି
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାରି କୃତି

ରହିଛନ୍ତି କେତେ ସୁଯୋଗ୍ୟ ପୁରୁଷ
ଦେଶ ର ଉଜ୍ଜ୍ୱଳ ମାନ
ଆୟୁର୍ବେଦ ଜ୍ଞାନ ରୁ ଦେଶ ନିର୍ମାଣ
ସମସ୍ତେ ଆମ ସ୍ମରଣ
ଔଷଧ ର ଗୁଣେ କେତେ ବୃକ୍ଷ ଜାତି
ରହିଛନ୍ତି ତୁଳସୀ ନିମ୍ବ ଓ ଜାବିତ୍ରୀ
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାରି କୃତି

ସାନ କୁ ସେନେହ, ବଡ କୁ ସମ୍ମାନ
ପରମ୍ପରା ଆଉ ରୀତି
ସବୁ ସ୍ଥାନେ ଆଛି ଗଣ ଜନାଦେଶ
ବହୁମତ କୁ ସମ୍ମତି
ଅହିଂସା ବଳରେ ହୃଦୟ କୁ ଜିତି
ଆଦର ସ୍ନେହ ଏ ମାଟି ର ସମ୍ମତି
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାରି କୃତି

ନିଜ କର୍ମ ବଳେ ସିର ହୁଏ ଉଚ୍ଚ
ସ୍ଥାନ ମିଳେ ଜଗତରେ
ମହାନ ପୁରୁଷ ଙ୍କ ଜୀବନୀ କଥା
ସାହାସ ମିଳେ ମନରେ
ଗାନ୍ଧିଜୀ, ସୁବାସ,ବୋଷ ଙ୍କ ସପନ
ଆଜିର ଏ ଅଖଣ୍ଡ ଭାରତ ସ୍ମୁତି
ବିଚିତ୍ର ଏହାରି ଗାଥା, ବିଚିତ୍ର ଏହାରି କୃତି

*****************************
ଆଶିଷ କୁମାର ବାରିକ
ସିହିନୀ, ବେଳପଡା, ବଲାଙ୍ଗୀର
9938330874/ 9438051786
*****************************