ଦେଶପ୍ରେମୀ
---------------------------
ମାତୃଭମି ପ୍ରତି ମମତାର ଚିହ୍ନ
ତାକୋଳେ ଜନମ ତାକୋଳେ ମରଣ
ହୃଦୟରେ ଜାଳି ପ୍ରେମମୟ ବହ୍ନି
ସେହି ମାତୃକାର ପୂଜିବା ଚରଣ ।
ଶିକ୍ଷକ ଡାକ୍ତର ସାଧାରଣ ଜନ
କୃଷକ କରନ୍ତି ଦେଶର ଭରଣ
କର୍ମ କ୍ଷେତ୍ର ଅବା ଥାଇ ସ୍ୱଗୃହରେ
ଅଜାଣତେ ଦେଶପ୍ରେମୀ ଜଣ ଜଣ ।
ଦେଶପ୍ରେମୀ ଖାଲି ସୁବାଷ ନୁହଁନ୍ତି
ବାଜି ରାଉତର ହୋଇଛି ମରଣ
ବାନର ସାଜିଲେ ସେତୁବନ୍ଧ ସୈନ୍ୟ
ଗୁଣ୍ଡୁଚି ସାହାଯ୍ୟ ନେଲେ ରଘୁରାଣ ।
ଭାରତ ମାତାର ସୁରକ୍ଷା ଆମର
ଦୁଃସାହସ କରି ନେବା ଦୃଢ଼ ପଣ
ଯଦି କଟିଯାଏ ଆମରି ମସ୍ତକ
ନ ଭାବିବା କେବେ ତାହା ଅକାରଣ ।
ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ
ଭଗତ ସିଂହ ଯେ ଶ୍ରେଷ୍ଠ ବୀରପଣ
କାଶ୍ମୀର ଠାରୁ କନ୍ୟାକୁମାରୀ କୁ
ରକ୍ତରେ ଭିଜିଲା ସବୁରି ପରାଣ ।
ସ୍ଵଭାବ କବି ଓ ଉତ୍କଳ ଭାରତୀ
ଲେଖନୀ ମୁନରେ ଦେଲେ ରାମବାଣ
ଗୋପବନ୍ଧୁ ସେବା ଦେଲା ଏହି ଶିକ୍ଷା
ଦେଶପ୍ରେମୀ ହେବ ସହିଲେ କଷଣ ।
ଜନ୍ମଧାତ୍ରୀ ନୁହେଁ ଏକଇ ଜନନୀ
ଜନ୍ମଭୂମି ମାନ ନକର ବାରଣ
ପର୍ଶୁରାମ ସମ ହୁଅ ସର୍ବ ବୀର
ଅସ୍ତ୍ରଶସ୍ତ୍ର ହସ୍ତେ କରିଣ ଧାରଣ ।
ରକ୍ତ ମାଂସ ବୀର୍ଯ୍ୟ ଥିଲେ କିସ ହେବ
ସର୍ବ ଅଳଙ୍କାର ନାରୀର ଭୂଷଣ
ଜାଗ୍ରତ ହୁଅ ରେ ଦେଶ ନର ନାରୀ
ଦେଶପ୍ରେମୀ ଶବ୍ଦ ସର୍ବଦା ସ୍ମରଣ ।
************************
ରଞ୍ଜନ କୁମାର ଭୁକ୍ତା
ଦଣ୍ଡ ବାଦ ବିଚାରପତି (ଦଣ୍ଡ ମହାସଂଘ, ଅନୁଗୋଳ)
ମୋ-୯୪୩୯୪୯୯୬୧୫
0 Comments