** " ଦେଶ ପ୍ରେମୀ " **
ଏଇ ମୋ ଦେଶରେ ଜନମ ମୋର ।
ରଖିବି ଦିନେ ମୁଁ ନାଆଁ ତାହାର ।।
ମୋର ଜୀବନକୁ ବାଜି ଲଗାଇ ।
ଲଢିବି ମୁଁ ବୀର ସୈନିକ ହୋଇ ।।
ଦେବି ମୁଁ ସୁରକ୍ଷା ଦେଶକୁ ମୋର ।
ଲାଗିବନି ଜମା କାହା ନଜର ।।
ଜନମ ହୋଇଛି ତାହାରି କୋଳେ ।
କରିବି ସୁରକ୍ଷା ତାର ବଦଳେ ।।
ହୋଇବି ମୁଁ ଗୋଟେ ବଢିଆ ଚାଷୀ ।
ସଭିଙ୍କୁ ଦେବି ମୁଁ ଅନ୍ନ ପରଶି ।।
ଛାତ୍ର ଅବା ନେତା ମନ୍ତ୍ରୀ ଯେ ହୁଅ ।
ଦେଶ ସ୍ବାର୍ଥ ପାଇ ଆଗରେ ରୁହ ।।
ଗୋଟିଏ ମୋ ଦେଶ ଗୋଟିଏ ଜାତି ।
ଦେଶ ପାଇଁ ଆଗ ମିଶାଅ ଛାତି ।।
ଆମର ଏକତା ଆମର ବଳ ।
ଗୋଟିଏ ମୋ ଦେଶ ଗୋଟିଏ କୋଳ ।।
ସଭିଙ୍କର ପରା ଗୋଟିଏ ମାଆ ।
ଦେଶର ବିପଦେ ହୋଇବା ଠିଆ ।।
ଶତୃ ଯିବ ଟଳି ଦେଖି ଏକତା ।
ସାହା ହେବ ଏଇ ଭାରତ ମାତା ।।
ବିଦେଶ ଜିନିଷ ବର୍ଜନ କରି ।
ନିଜସ୍ବ ଜିନିଷ ନିଅ ଆଦରି ।।
ରଖିବାରେ ଟେକ ଆମ ଦେଶର ।
ପୁଜିବା ଭାରତ ମାଆ ପୟର ।।
ପଶୁ ,ପକ୍ଷୀ ଯେତେ ଅଛନ୍ତି ପ୍ରାଣୀ ।
ଆମରି ଦେଶର ସନ୍ତାନ ଗଣି ।।
ତାଙ୍କର ସୁରକ୍ଷା ଆମେ କରିବା ।
ଆବଶ୍ୟକ ସ୍ଥଳେ ଜୀବନ ଦେବା ।।
ଦେଶର ସମ୍ମାନ ଜାତିର ମାନ ।
କେବେହେଲେ କରିବା ନାହିଁ ହୀନ ।।
ସବୁ ପଛ ଆଗ ମୋ ଦେଶ ପ୍ରେମ ।
କରିବିନି କେବେ ତା ବଦନାମ ।।
ଯିଏ ବା ଯେଉଁଠି ଯେମିତି ଥିବ ।
କ୍ଷୁର୍ଣ୍ଣ କରିବନି ଦେଶ ଗୌରବ ।।
***
ପ୍ରତାପ ଚନ୍ଦ୍ର ପ୍ରଧାନ
କଣାସ, ପୁରୀ,୭୫୨୦୧୯
0 Comments