*ଦେଶ ପ୍ରେମୀ*
************
ପ୍ରତ୍ୟୁଷେ ଯାହାର
ସର୍ଵଜନ     ଚିନ୍ତା
    ଭୋକିଲା କୁ ଆତ୍ମତୃପ୍ତି
ସେହି ଯେ   ସନ୍ତାନ
ଦେଶ ପ୍ରେମେ ତା'ର
      ଜନତା ପାଆନ୍ତି ଶାନ୍ତି।।

ନିଷିଦ୍ଧ      ନିଶିରେ
ଯେ ଉଜାଗର ରହି
    କରେ ମାଟି ମାଆ ରକ୍ଷା
ସେହି   ଏକା  ବୀର
ଦେଶ ପ୍ରେମେ ତା'ର
       ସଭିଏଁ ପାଆନ୍ତି ଶିକ୍ଷା।।

ପ୍ରତ୍ୟୁଷରୁ   ରାତ୍ରି
ନୀତି ଯେ ତତ୍ପର
  କରେ ଦେଶୁ ରୋଗ ମୁକ୍ତ
ସେହି ମାନସ  ପୁତ୍ର
ଦେଶ ପ୍ରେମେ ତା'ର
      ମାଟି ମାଆ ହୁଏ ସୁପ୍ତ।।

ବିନ୍ଦୁ  ବିନ୍ଦୁ   ରକ୍ତେ
ଦିଏ ଯେ ସ୍ଲୋଗାନ
   ମୋ ଦେଶର ହେଉ ଜୟ
ସେହି  ଏକା   ବୀର
ଦେଶ ପ୍ରେମେ ତା'ର
    ଏ ମାଟିର ହେବନି କ୍ଷୟ।।

ଆଖି ଲୁହେ ଯାର
ଏ ଦେଶ  ବନ୍ଦନା
      ଗାଏ ଶତାବ୍ଦୀର ଗୀତ
ସେହି   ଏକା   ନର
ଦେଶ ପ୍ରେମେ ତା'ର
      ମାଟି ମାଆ ହୁଏ ପ୍ରୀତ।।

ହେ! ଦେଶ ଜନତା
ଦେଶ ପ୍ରେମୀ କଥା
      ଶୁଣ ଦେଇ ଥରେ ମନ
ମାଟି ମାଆ ପ୍ରେମେ
ଦେଶ ପ୍ରେମୀ ହୋଇ
  ବଢାଅ ଏ ମାଟିର ସମ୍ମାନ।।
*************************
ଅଜୟ କୁମାର ଜେନା
ବଡ଼ରମ୍ପାସ,କେନ୍ଦୁଝର
6372260479