"ଦେଶପ୍ରେମୀ"
ଏଇ ଆମ ସ୍ବର୍ଗ,
ଆଜି କି ନର୍କ!
ଆତଙ୍କର ବାଦଲ ଆଛାଦିତ;
ଧୂଳିକଣା, ରକ୍ତ ରଞ୍ଜିତ ......
ପୁଣି ସ୍ବପ୍ନର ବଳିଦାନ!
ଅନେକ ସମ୍ପର୍କ ଅନାଥ ।।
ଦେଶପ୍ରେମର ଯଜ୍ଞ, ବୀର ସୈନିକଙ୍କ ଆତ୍ମାହୁତି
ନିସ୍ତବ୍ଧତା ର ଦୃଶ୍ୟ, ଲୁହର ଜଳଧି
ଶହୀଦଂକ ଧମନୀର ଅନ୍ତିମ ପ୍ରବାହ ;
ନିଏ
ଘୂର୍ଣ୍ଣିଝଡର ପ୍ରଳୟଙ୍କାରୀ ରୂପ .....
କରେ, ଦେଶର ଜଡତା ଭଂଗ !
ଏଇ ଦେଶ ଆମ ମହାନ୍
ଶହୀଦଙ୍କୁ ଶତ ସଲାମ୍!!!!!
--------------------
କୃଷ୍ଣା ମିଶ୍ର
ଡି/୩, ସ୍କୁଲ ହାଉସିଙ୍ଗ କଲୋନୀ, ଜିନ୍ଦଲ, ରାୟଗଡ଼, ଛତିଶଗଡ
୯୩୦୧୦୧୨୩୩୩
0 Comments