ମାତୃଶକ୍ତି
ଜଗତରେ ଯେତେ ବା ନିଜର ଥିବେ
ମାଆ ପରି କିଏ ହେବ ।।
ଜୀବନର ପ୍ରଥମ ସ୍ଥାନ ଥିଲା ତାହାର ଗରଭ
କରିଥିଲା ସେ ଏ ଜୀବନକୁ ଅୟମାରମ୍ଭ ।।
ତାହାର ସେନେହ ବିନା ଜୀବନ ଅପୂର୍ଣ୍ଣ
ତାହାର ମମତାରେ ଆମ ଜୀବନ ପୂର୍ଣ୍ଣ ।।
ତାହା ଠାରୁ ବଡ କିଏ ସରଗ ରାଇଜେ ନା ହିଁ
କେତେ ଖୋଜିଲେ ବା ନ ମିଳଇ କହି କାହିଁ ।।
ଜୀବନ ପାଇଁ ପରା ସେ ଶ୍ରେଷ୍ଠ ଇଶ୍ୱରି
ଖିସିରେ ରହୁ ସେ ଈଶ୍ବରଙ୍କ ନିକଟ ଗୁହାରି ।।
ହାତ ଧରି ମୋର ଚାଲି ସିଖେଇଛି
ସେହି ହାତରେ ସେ ଖୁଆଇ ଦେଇଛି ।।
କେତେ ଅଳି କଳି ମୋହର ସହିଛି
ତାକୁ ପାଇଁ ମୁଁ ସବୁ ପାଇଛି ।।
ମାଆ ଯାର ନା ହିଁ ସାହା ତାର ନା ହିଁ
କେ ଜାଣିନି ବା ଏହି ।।
ତା ପଣ ତ ରେ ଥାଏ ସରବ ସୁଖ
ତା ଦୁଇ ନୟନ ସତେ ଜନ୍ହ ର କକ୍ଷ
।।
ତା କୋ ଳ ରେ ଥାଏ ସରଗର ସୁଖ
ଛାଡି ଯିବାକୁ ଇଛା ହୁଅନି ତାହାରି ପାଖ ।।
ଯାହାର ହାତ ପରସା କୁ ମୁଁ ନୀତି ଝୁରେ
ପେଟ ପୁରିଯାଏ ତାହାରି ସ୍ୱାଦରେ ।।
ତାହାରି ଗାଳି ରେ ଥାଏ କେତେ ମମତା ଭରି
ଭୁଲିବା ବା ତାକୁ ଆମେ କିପରି ।।
ଜୀବନେ ନଥିଲେ ତାହାରି ଆଶୀର୍ବାଦ
କେତେ ବା ସହିବାକୁ ପଡି ବିବାଦ ।।
ଜୀବନ ପାଇଁକି ସେ କଣ ବା ଦେଇନି
ପଣ କର କେବେ ତାକୁ ଭୁଲିବା ନି ।।
ସତ୍ୟବ୍ରତ ଭୋଇ
ପିତା ଙ୍କ ନାମ - ଅକ୍ଷୟ କୁମାର
ଭୋଇ
ମାତାଙ୍କ ନାମ - କବିତା ଭୋଇ
ଗ୍ରାମ - କତିକଟା
ପଞ୍ଚାୟତ - ଶୋଗଡାଇଲୋ
ବ୍ଲକ - ନିଆଳି
ଜିଲ୍ଲା - କଟକ
0 Comments