ମା, ମତେ କାନ୍ଦିବାକୁ ଭଲପାଏ
*********************
ମୁଁ କାନ୍ଦୁଥିଲି
ବହୁତ କାନ୍ଦୁଥିଲି
କାନ୍ଦିବାକୁ ମତେ ବହୁତ ଭଲଲାଗୁଥିଲା
ଆଉ ଖୁସି ବି ଲାଗୁଥିଲା
କାରଣ ମୁଁ ଜାଣିଥିଲି
ମୋ କାନ୍ଦ ବଦଳରେ
ମତେ ମିଳିବ
ମୋ ବୋଉର ଢେର ସାରା
ଭଲ ପାଇବା ।।୧।।
ମୋ କାନ୍ଦ ବଦଳରେ
ମତେ ଶୁଣିବାକୁ ମିଳେ
"ମୋ ଧନ , ମୋ ସୁନା "
ବୋଉର ଗେଲ , ବୋଉର କୋଳ
ଆହୁରି କେତେ କଣ
ଚକୋଲେଟ, ଆଇସକ୍ରିମ ....
କାନ୍ଦ ବଦଳରେ ମୁଁ
ପାଇଯାଏ
ଦୁଃଖ ବଦଳରେ ଖୁସି, ଖୁସି ଆଉ ଖୁସି ।।୨।।
ମୋ ଲୁହ ଆଢୁଆଳେ
ଲୁଚି ରହିଥିଲା
କେତେ ସ୍ନେହଭରା
ଖୁସି ଆଉ ଭଲପାଇବା
ସବୁକୁ ସାଉଁଟି ନେଉଥିଲି
ବୋଉ ଆଗରେ
କାନ୍ଦି କାନ୍ଦିକି
ବୋଉର ପଣତ କାନି
ହାତ ଆଉଁଷା ଅଜାଡ଼ିଦେଉଥିଲା କାନ୍ଦ ବଦଳରେ ଖୁସି ଆଉ ଖୁସି ।।୩।।
ଏବେ ବି କାନ୍ଦିବାକୁ
ବହୁତ ଇଚ୍ଛା
ମନଭରି କାନ୍ଦିବାକୁ ଆଉ ଅଳି କରିବାକୁ
ଆଉ ତା ବଦଳରେ ପାଇଯିବି ପୁଳା ପୁଳା ସ୍ନେହ ଆଉ ଖୁସି
କିନ୍ତୁ ସବୁ ଦାବି ରଖିଛି
ମୋ ଛାତି ତଳେ
ଆଉ ଆଖି ପତା ଆଢୁଆଳେ
କାରଣ ଏବେ ମୋ ପାଖରେ ନାହିଁ
ସେ ପଣତକାନି ନା ସେ ହାତ ଆଉଁଷା ।।୪।।
***********
ରଞ୍ଜନ କୁମାର ସାହୁ
ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର -୭୫୧୦୦୩
ମୋ -୭୮୯୪୪୧୭୨୭୨
0 Comments