*ମାତୃଶକ୍ତି*

ମାତୃଶକ୍ତି ମହାଶକ୍ତି ଅଟେ ଧରାଧାମେ
ସୁଖ୍ୟାତି ରହିଅଛି କାଳିଦାସ ନାମେ 
ଜାୟା ଜନନୀ ଭଗନୀ ଭିନ୍ନ ଭିନ୍ନ ରୂପେ
ଶକ୍ତି ମୁକ୍ତି ଶାନ୍ତି ଦେଉଥାଏ ଅବିରତେ  ||

କବିଙ୍କ କୃତିରେ ଅଛି ଦିବ୍ୟ ମାତୃଶକ୍ତି
ଚାଷୀର ଶ୍ରମରେ ସହାୟକ ବସୁମତୀ
ଅମୃତ ପାନରେ ପରା ବିକିଶିଛି ଜ୍ଞାନ
ସେବା ଶୁଶ୍ରୁଷାରେ ଭରା ସାହାସର ଧନ  ||

ସ୍ନେହ ଶ୍ରଦ୍ଧା ମନ୍ଦାକିନୀ ଶକ୍ତି ପ୍ରଦାୟିନୀ
ଦୁଷ୍ଟ ନିବାରିଣୀ ମାତା ବିପଦ ହାରିଣୀ
ବିଦ୍ୟାଦାତ୍ରୀ ଜ୍ଞାନଦାତ୍ରୀ ସୁଖ ବିଳାସିନୀ
ମାତୃଶକ୍ତି ଆଧାରରେ ତିଷ୍ଠିଛି ଅବନୀ  ||

ମାତୃମୟ ବିଶ୍ବ ଭୁବନ , ମା'ପାଇଁ  ସୃଷ୍ଟି
ବିଶ୍ବ ନିୟନ୍ତାଙ୍କ ଅଟଇ ଅମୂଲ୍ୟ ଭେଟି .....
          -----×----
ସନ୍ତୋଷ ପଟ୍ଟନାୟକ

ବେଗୁନିଆପଡା ବ୍ଳକ୍ , ଗଞ୍ଜାମ
ଦୂରାଭାଷ : ୭୯୮୪୨୫୯୦୮୦