::-ଗୁରୁ ହିଁ ଈଶ୍ୱର ::
ଗୁରୁ ତୁମେ ଅବର୍ଣ୍ଣନୀୟ
କିଞ୍ଚିତ କରେ ମୁଁ ବର୍ଣ୍ଣନ
ତୁମରି ପୟର
ମୋ ଜୀବନ ଘାସ ଗାଲିଚାରେ
ତୁମେ ମହାଦ୍ରୁମ
ମୋ ଶିକ୍ଷା ଦିକ୍ଷାର
ତୁମେ ହିଁ ପୂର୍ଣ୍ଣ ବୈଭବ
ମୋ ଅର୍ନ୍ତମନର
ତୁମେ ହିଁ ଜ୍ଯୋତି ସ୍ୱରୂପ
ତୁମେ ମୋ ସମସ୍ତ ମାର୍ଗର
ପଥ ପ୍ରଦର୍ଶକ
ଦ୍ୱିତୀୟ ଗୁରୁ ତୁମେ
ମୋ ଜୀବନ ପଥର
ମୋ ଚେତନା ମନର
କର ଉଦ୍ଜାଗରଣ
ସବୁ ଅପରିସୀମା ସତ୍ତା ମଧ୍ଯରେ
ତୁମେ ଏକମାତ୍ର ଏୈଶ୍ୱରୀୟ କର୍ତ୍ତା
ଜୀବନର ଅନ୍ଧକାରେ
ତୁମର ଚୁମ୍ବକୀୟ ସ୍ପର୍ଶ
ଜ୍ଞାନାଲୋକ ବିଛୁରିତ କର
ହୃଦୟରେ ଜୀଇଁବାର ଇଛା
ମୋ ଜୀବନ ଡୋରକୁ ତୁମେ
ଟାଣୁଥାଅ ନିତି
ମୋ ଅର୍ନ୍ତମନକୁ କର
ବିମୋହିତ ରହି
ତୁମ ପାଦେ ମଜ୍ଜି
ମୋହମାୟା ତେଜି
ଦୂର ହୁଏ ପୁଣି
ଜୀବନର ସମସ୍ତ କଳୁଷ
ତୁମେ ମୋ କରୁଣା ସାଗର
ତୁମେ ମୋ ସାକ୍ଷାତ ଈଶ୍ୱର
ମୋ ଜୀବନ ଅନ୍ଧକାରେ
ତୁମେ ବତୀଘର
ତୁମେ ହିଁ ମୋ ସାକ୍ଷାତ ଈଶ୍ୱର
ସସ୍ମିତା ଦାସ
ଅଧ୍ଯାପିକା
ଗାୟତ୍ରୀନଗର,ଢେଙ୍କାନାଳ
0 Comments