::- ଗୁରୁ ହିଁ ଈଶ୍ୱର ::
_________________
ଗୁରୁ ଙ୍କୁ ନ ମଣିବ ନର
ଗୁରୁ ହିଁ ସାକ୍ଷାତ ଈଶ୍ୱର
ପଥ ପ୍ରଦଶକ ସେ ଅଟନ୍ତି ସଭିଙ୍କର
ତାଙ୍କ ବିନା ଜୀବନ ଅଟଇ ଅନ୍ଧାର।।
ପିତା ମାତା ଙ୍କ ଠାରୁ ଆରମ୍ଭ ଶିକ୍ଷାର କାର୍ଯ୍ୟ କ୍ରମ
ଶିଶୁ ର ପ୍ରଥମ ଶିକ୍ଷା ତାଙ୍କ ଦ୍ଵାରା ହୁଏ ସମ୍ପୂର୍ଣ୍ଣ ।।
ତା ପରେ ଶିକ୍ଷକ ମନେ ପାଳନ୍ତି ତାଙ୍କ ଧର୍ମ
ଶିଶୁକୁ ଶିଖାନ୍ତି କିପରି ବଞ୍ଚିବେ ସଂସାରେ ହୋଇ ଯୋଗ୍ୟ ସନ୍ତାନ।।
ଏ ସଂସାରେ ସଭିଙ୍କ ଠାରୁ ଅଛି କିଛି ଶିଖିବାର
ଯାହାଙ୍କ ଠାରୁ ଆମେ ପାଇବା କିଛି ଜ୍ଞାନ
ତାଙ୍କୁ ମଧ୍ୟ ଦେବା ଗୁରୁଙ୍କ ସ୍ଥାନ
ସମସ୍ତେ ଏଠି ଅଳ୍ପ କିଛି ଜ୍ଞାନ ର ଅଧିକାର।।
ଗୁରୁ ଙ୍କୁ ସେବା ସଦା କରିବା
ତାଙ୍କୁ ସମ୍ମାନ ସର୍ବଦା ଦେବା।।
ସ୍ମୃତି ପ୍ରଜ୍ଞା ଜେନା
ସାଲେପୁର, କଟକ
0 Comments