~~~~~ଗୁରୁ ହିଁ ଇଶ୍ବର~~~~~
ଶବ୍ଦ ମଧ୍ୟେ ଶ୍ରେଷ୍ଠ, କର୍ମ ମଧ୍ୟେ ଶ୍ରେଷ୍ଠ
ଶ୍ରେଷ୍ଠ ଏ ଜଗତେ ମୋର ପିତାମାତା ।
ଅନ୍ଧକାର ମଧ୍ୟରୁ ଆଣିଅଛ ମୋତେ,
କର ଧରି ମୋର ଦେଲ ଶିକ୍ଷା ମୋତେ ।
ପାଳନ କର୍ତ୍ତା ତୁମେ ପ୍ରଥମ ଗୁରୁ ଅଟ ମୋର।
ଇଶ୍ୱର'ଙ୍କ ପରି ତୁମେ ହୃଦେ ଅଛ ମୋର।
ଦ୍ୱିତୀୟ ରେ ଶ୍ରେଷ୍ଠ ମୋର ବିଦ୍ୟାଳୟ ଗୁରୁ,
ନିଷ୍କପଟ ହୃଦେ ସେ ଜ୍ଞାନୀ ମହାମେରୁ।
ଅଜ୍ଞାନୀର ତୁମେ ଜ୍ଞାନ ଆଲୋକବର୍ତ୍ତିକା,
ନିର୍ମଳ, ପବିତ୍ର ତୁମେ ଗଙ୍ଗା ନଦୀ ଧାରା ।
ଅପିଟା ମାଠିଆ କେବେ ହୋଇନାହିଁ ଶକ୍ତ,
ବିନା ଆକଟେ ଛାତ୍ର ନିଷେଧ ପୁସ୍ତକ।
ବିଦ୍ୟା ନାମେ ତୁମେ ଏକ ପୋତ ଗଢ଼ି ଦେଇ,
ଶିଖାଉଥାଅ ତରିବାକୁ ସଂସାର ବାରିଧି।
ଚଳନ୍ତି ଇଶ୍ୱର ତୁମେ ଆହେ ଦୟାମୟ,
ଜ୍ଞାନ ର ଭୋକ ମୋର ତୁମଠୁ ହେଉଥାଉ ପୂର୍ଣ୍ଣ।
ତୃତୀୟ ରେ ଗୁରୁ ମୋର ତୁମେ ବିଶ୍ୱକରତା,
ଲୀଳାମୟ ତୁମେ ଆହେ ଦୁଃଖହରତା।
ତୁମେ ବ୍ରହ୍ମା, ତୁମେ ବିଷ୍ଣୁ ତୁମେ ହିଁ ମହେଶ୍ୱର,
ତୁମ ତ୍ରିଗୁରୁ'ଙ୍କୁ ମୋର ସଦା କୋଟି ପ୍ରଣିପାତ।
ବୁଦ୍ଧି, ବିବେକ, ଜ୍ଞାନ ଜୀବନ ପାତ୍ରେ ମୋ ଭରି ଅଛ କେତେ,
ନ ଦେଲ ବୋଲି କିଛି ମୋତେ କହିବି କି ଆଉ ହେ...।
ସୁଭଦ୍ରା ରାଉତ
ଚୋରମୁହାଁ, ଧର୍ମଶାଳା ,ଯାଜପୁର
0 Comments