💐ଗୁରୁ ତୁମେ ପରମେଶ୍ବର💐

ଜୀବନରୂପୀ ଡଙ୍ଗାର ଯେ ଅଟେ ନାଉରୀ
ଯା'ର କାତର ଧାରରେ ଜୀବନେ ନାହିଁ ଭଉଁରୀ
ଯେ ସମାଜର ସୃଷ୍ଟିକର୍ତ୍ତା ଯେ ମହାନାୟକ
ସାଜନ୍ତି ପୁରୋଧା କର୍ଣ କେବେ ଯେ ବାଲ୍ମୀକ
ସେ ପରା ଗୁରୁଦେବ ଜୀବନ ରକ୍ଷକ

ଯିଏ ଦୂର କରିପାରେ ଅଜ୍ଞାନ ଅନ୍ଧକାର
ଯିଏ  ପୂରଣ କରେ ଜ୍ଞାନ ଗନ୍ତାଘର
ଯା'ର ଆଶିଷ ଆମ ପାଇଁ ଆଶୀର୍ବାଦ
ଯା ବିନା ଜୀବନଟା ମୂଲ୍ୟହୀନ ବିଷାଦ
ସେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ନାହିଁ ତାର ବାଦ

ଯିଏ ଶିକ୍ଷା ଦୀକ୍ଷା ଦେବାରେ ଧୁରନ୍ଧର
ଯେ ସତ୍ୟ ଦୟା ଆଉ କ୍ଷମାର ସାଗର
ଯା'ର ଆଦେଶ ଆମ ପାଇଁ ଉପଦେଶ
କର୍ମ ହିଁ ଜୀବନ ଯା'ର ଉତ୍ତମ ସନ୍ଦେଶ
ଗୁରୁ ହିଁ ଈଶ୍ୱର ତାର ନାହିଁ ଅବଶେଷ

ଯା'ର ଆଶୀର୍ବାଦ ପାଇ ମୁକ କହେ କଥା
ଯା'ର ଦୟାରୁ ପଙ୍ଗୁ ଲଂଘେ ଗିରିର ଗାଥା
ଯା'ର କୃପାରୁ ଶିଷ୍ୟ ଟେକି ଚାଲେ ମଥା
ଶତ୍ରୁ ବି ପାଲଟେ ବନ୍ଧୁ ଯାହାରି ପାଖରେ
ଦିବ୍ୟଜ୍ଞାନ ଦେଇ ସଦା ରହେ ସେ କତିରେ
ଆଲୋକିତ କରି ଯିଏ ଜଳି ଜଳି ମରେ
ସେ ଗୁରୁ ବୋଲାଏ ପରା ସାରା ଜଗତରେ

ସୂର୍ଯ୍ୟସମ ଜଳି ଜଳି ଯେ ଦିଏ ଉତ୍ତାପ
ଦୀପ ସମ ସରି ସରି ଯେ ଦିଏ ଆଲୋକ
ଝରସମ ଝରିଝରି ଯେ ଦିଏ ଜୀବନ
ବାୟୁସମ ବହି ବହି ଯେ ହୁଏ ନଗନ
ସିଏ ପରା ଗୁରୁଦେବ ସର୍ବ ଶକ୍ତିମାନ

ସମାଜ ର ସୃଷ୍ଟି ପାଇଁ ନୁହନ୍ତି ସେ ନର
ସଭିଙ୍କର ହୃଦୟରେ ସାକ୍ଷାତ ଈଶ୍ୱର
ତାଙ୍କ ପାଦପଦ୍ମ ତଳେ ହୋଇ ବିରାଜିତ
କରିବା ତାଙ୍କରି ସେବା ହୋଇ ନିମ୍ମଜିତ
ପିତା ମାତା ଅବା କେବେ ଶିକ୍ଷାଦାତା ରୂପେ
ସଭିଙ୍କର ହୃଦୟର ଗଭୀରତା ମାପେ
ଯାହା ବିନା ସମାଜରେ ନାହିଁ ସାରେଗାମା
ସେ ଆମ ଗୁରୁଦେବ ସେ ପରମାତ୍ମା


              ଅଭୟ କୁଣ୍ଡ
          ସହକାରୀ ଶିକ୍ଷକ
ମହିଷାପାଟ ଆଶ୍ରମ ବିଦ୍ୟାଳୟ
         ସଦର ଢେଙ୍କାନାଳ
      ମୋ:୯୫୫୬୯୮୯୭୨୩