******ଗୁରୁ ହିଁ ଇଶ୍ବର******

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର
ଗୁରୁ ବିନା ଜ୍ଞାନ ଶୁନ୍ଯ ଏ ସାରା ସଂସାର, 
ଗୁରୁ ସତ୍ଯ, ଗୁରୁ ନିତ୍ଯ, ଗୁରୁ ହିଁ ସୁନ୍ଦର
ଗୁରୁ ପାଦ ପଦ୍ମେ କରେ କୋଟି ନମସ୍କାର, 
ମୋ ଗୁରୁ ହିଁ ଇଶ୍ବର....। ୧। 

ଅଜ୍ଞାନର ଅନ୍ଧରେ ସେ ଜ୍ଞାନ ଦିବାକର, 
ଅନ୍ଧକାର ନାଶେ ନାଶେ ହ୍ରୁଦୟୁ ବିକାର। 
ଶ୍ରେଷ୍ଠ ହେବି ଥିବ ଯଦି ଆଶିଷ ତାଙ୍କର, 
ମୋ ଗୁରୁ ହିଁ ଇଶ୍ବର.....। ୨। 

ନିଜେ ଜଳି ଅନ୍ୟ କୁ ଯେ ଆଲୋକ ଦେଖାଏ, 
ଭଲ ବାଟେ ଆମକୁ ଯେ, ଚାଲିବା ଶିଖାଏ, 
ଦୀପାଭାବେ ଥାଉ ପଛେ ଘର ତା
ଅନ୍ଧାର
ଗଢିତୋଳେ ଜୀବନ ମୋ ସରସ ସୁନ୍ଦର, 
ବାସ୍ତବ ରେ.... 
ମୋ ଗୁରୁ ହିଁ ଇଶ୍ବର....। ୩। 

ଛାଟ ଧରି ଚାଟ କୁ ଯେ ଶିକ୍ଷା ଦାନ ଦିଏ, 
ଧନ୍ଯବାଦ କିବା ଦେବି,ଶ୍ରେଷ୍ଠ ଧନୀ ସିଏ, 
ଧନ୍ଯ ହେଲା ଜୀବନ ମୋ, ଗୁରୁ ସେ ମୋର
ଜଳବିନ୍ଦୁ ସମ ମୁଁ ,ସେ ଜ୍ଞାନ ର ସାଗର
ମନୁଷ୍ଯ ରୂପରେ ସେ ଦେବ ଅବତାର
ମୋ ଗୁରୁ ହିଁ ଇଶ୍ବର.....। ୪। 

ପଣ ନେବା ସେ ଦେବ ଙ୍କ ସମ୍ମାନ କରିବା, 
ତ୍ୟାଗ ଆଗେ ତାଙ୍କ ଆମେ ମୁଣ୍ଡ ନୁଆଁଇବା, 
କରିବାନି ଏ ଜୀବନେ ତାଙ୍କୁ ହଟ୍ଟାଦର
ଚଳନ୍ତି ପ୍ରତିମା ସିଏ, ବିଶ୍ବଜନ ଙ୍କର
ଗୁରୁ ହିଁ ଇଶ୍ବର
ମୋ ଗୁରୁ ହିଁ ଇଶ୍ବର....। ୫। 

        କାଳନ୍ଦୀ ମଲିକ
      ସଡ଼ାମ୍ବା, ପ୍ରଥମାଖଣ୍ଡି, ଯାଜପୁର