**ଗୁରୁ ହିଁ ଈଶ୍ୱର*
-------------------------------------

ଗୁରୁକୃପା ଅଟେ ମଣିଷ ଜୀବନେ ଅମୃତ ସମାନ, l
ସେହି କୃପା ବଳେ ଅ-ଜ୍ଞାନୀ ପାଏ ଦିବ୍ୟ ଜ୍ଞାନ,  ll (୧)
ଏହି ପବିତ୍ର ଭାରତ ଦିନେ' ବିଶ୍ୱ ଗୁରୁ ଥିଲା, l
ସାରା ବିଶ୍ୱ ଆମଦେଶରୁ ସବୁକିଛି ଶିଖୁଥିଲା, ll (୨)
ଆପଣେଇ ନେଲୁ ଆମ୍ଭେ ପାଶ୍ଚାତ୍ୟ ସଭ୍ୟତା,l
ସମସ୍ତେ ଭୁଲିଗଲୁ ନୈତିକ ଶିକ୍ଷା ମାନବିକତା, ll (୩)
ଏକଲବ୍ୟ'ର ଗୁରୁଥିଲେ କୂଳଗୁରୁ ଦ୍ରୋଣlଚାଯ୍ୟ, l
ପ୍ରତି-ମୂର୍ତ୍ତି କୁ ପୂଜାକରି ଧନୁର୍ଦ୍ଧର ସାଜିଲେ ଲାଗେ ଆଶ୍ଚର୍ଯ୍ୟ, ll(୪)
ଦ୍ୱାପର ଯୁଗରେ ଅର୍ଜୁନଙ୍କ ଗୁରୁଥିଲେ  ଶ୍ରୀକୃଷ୍ଣ, l
ବିଶ୍ଵରୂପ ଦର୍ଶନ କରି ଅର୍ଜୁନ ଯୁଦ୍ଧ କଲେ ପୁଣ, ll (୫)
ବିବେକାନନ୍ଦ'ଙ୍କ ଗୁରୁଥିଲେ ଥିଲେ ରାମକୃଷ୍ଣ ପରମହଂସ, l
ସେହି ଗୁରୁକୃପା ଲଭି ପାଇଥିଲେ ବ୍ରହ୍ମ ସଂଦେଶ, ll
ଅସୁର ମାନଙ୍କ ଗୁରୁ ଥିଲେ ମହର୍ଷି ଶୁକ୍ରା ଚାର୍ଯ୍ୟ, l
କୁ-ବୁଦ୍ଧି,ଶିକ୍ଷା ଗ୍ରହଣ କରି ଅସୁରେ ହେଲେ ସର୍ବନାଶ, ll
ଗୁରୁ ଯେ ଅଟଇ ଜୀବନ ଶକ୍ତି ରୂପକ ଅମ୍ଳଜାନ, l
ଅମ୍ଳଜାନ ବିନା ନ'ଯଲେ ସମାଧି ଓ ଆତ୍ମ ଜ୍ଞାନ, ll
ସଦ- ଗୁରୁ ଶିକ୍ଷା ଲଭିଣ ଶିଷ୍ୟ ଏହି ଅଲିଭା ସଂସାରରେ, l
ଅଭ୍ର, ନିରଦ ସାଜିଥାଏ ସେ' ପ୍ରତେକଙ୍କ ହୃଦୟରେ ll

ନିଲେଶ କୁମାର ଭୋଇ
ବଲାଙ୍ଗୀର
କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର,, (ବିଜ୍ଞାନ ବିଭାଗ )