:: ସମ୍ପର୍କ ::
 ପ୍ରେମ ନ ଦେଲେ ନାହିଁ
ମନ ନ ଦେଲ ନାହିଁ।
ସାଥୀ ନ ହେଲ ନାହିଁ
କଥା ନ ହେଲେ ନାହିଁ।
ମୁଁ ତୁମକୁ ମାଗୁନି କିଛି ବି
ମୋ ମନର ସୁନା ଫରୁଆରେ
ରହିବାକୁ  ମନାକଲେ
ମୁଁ ମାନିବିନି ଜମା
ତୁମେ ପୂର୍ଣ୍ଣଛେଦ ପକାଇପାର ।
ମୁଁ ପକାଇନି କମା 
ହେ ଘନଶ୍ୟାମ 
ତୁମର ମୋର ଚିରକାଳର ସମ୍ପର୍କ
ଆମ ସମ୍ପର୍କ କେଉଁ ଯୁଗର
କଟିବନି ଜମା
ତୁମେ ପୂର୍ଣ୍ଣଛେଦ ପକାଇ ପାର ।
ମୁଁ ପକାଇନି କମା।

ରୀତା ଅପରlଜିତା ମହାନ୍ତି
-ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ବର -୨୧