:: ସମ୍ପର୍କ ::
        ------
ସମ୍ପର୍କ ତିନୋଟି ଅକ୍ଷର ବିଶିଷ୍ଟ
ଏକ ଦୀର୍ଘ ସେତୁ
ସମ୍ପର୍କ ଏପରି ଏକ ଡୋରି
ଯେ ବାନ୍ଧି ରଖେ ସଭିଙ୍କୁ
ଗୋଟିଏ ସୂତ୍ରରେ।

ସମ୍ପର୍କ ଗଢିଉଠେ 
ଦୁଇଟି ଆତ୍ମାର ଉତ୍ତମ ବୁଝାମଣାରେ
ପୁଣି ଗଢିଉଠେ
ଜୀବ,ପରମ ଓ ସଜୀବ,ନିର୍ଜୀବ
ସବୁରି ମଧ୍ୟରେ।

ପରସ୍ପର ପରସ୍ପରକୁ ବୁଝିପାରିଲେ
ଦୃଢ ସମ୍ପର୍କ ସ୍ଥାପିତ ହୁଏ
ଯେପରି ଜହ୍ନ ସହିତ ନୀଳକଇଁ ର
ପୁଷ୍ପ ସହିତ ଭ୍ରମରର
ଆଉ ଭକ୍ତ ସହିତ ଭଗବାନର।
      -----------

ଲକ୍ଷ୍ମୀପ୍ରିୟା ସ୍ବାଇଁ
ନିଶ୍ଚିନ୍ତକୋଇଲି , କଟକ