:: ସମ୍ପର୍କ ::
ସମ୍ପର୍କ ର ଡୋରି ଏମିତି
କେବେ ରୁହେ ନରୁହେ
ତାର କଳନା କରି ହେବନି,
ସମ୍ପର୍କ ଏକ ସୂତା ଖିଅ
ଯେମିତି ମହାଭାରତର ପାଣ୍ଡବ କୌରବ
କଥା ପଦରେ ସମ୍ପର୍କର ସେତୁ ଧରାଶାୟୀ।

ସମ୍ପର୍କ ଏମିତି ଏକ ସ୍ପନ୍ଦନ
ଯାହା କହିଦେଲେ ଆସିବନି
ମନ,ବଚନ କାୟୋବାକ୍ୟରେ ଆତ୍ମୀୟତା
ନିଛକ ପ୍ରେମ ଯେଉଁଠି
ପାଇବାର କିଛି ଆକାଂକ୍ଷା ନାହିଁ
ଏକ ଉତ୍ସଗ୍ରୀକୃତ  ସମ୍ପର୍କ।

ସମ୍ପର୍କ ଆତ୍ମାର ଆତ୍ମା ସହ ମିଳନ
ସେ ମିଳନରେ  ଇଶ୍ୱରୀୟ ଶକ୍ତିର ଉପଲବ୍ଧି
ସେ ଆପେ ଆପେ ଆସିଯାଏ।
ଯେଉଁଥିରେ ଥାଏ ସ୍ନେହ,ପ୍ରେମ ,ଶ୍ରଦ୍ଧା ଭକ୍ତି,ବିଶ୍ଵାସର
ୟାକୁ  ହୀ କହନ୍ତି ସମ୍ପର୍କ,
ଏ ଡୋରି ଯେତେ ବାଧା ବିଘ୍ନରେ ବି
ସ୍ଥିର    ନିଶ୍ଚଳ  ଧର୍ଯ୍ୟର  ପ୍ରତୀକ।

                  ଶାନ୍ତିଲତା ଦେବୀ
                  ଭୁବନେଶ୍ୱର।