----- ରାକ୍ଷୀ ---

ପବିତ୍ର ସଂପର୍କ ର ସେତୁ ଟିଏ
ରେଶମ ର ଡୋରୀ ବାନ୍ଧେ
ଭ ଉଣୀ ଭାଈ ହାତରେ
ପ୍ରଥମ ଗଣ୍ଠି ପଡେ ଭାଈ ନାମରେ
ଦ୍ଵିତୀୟ ଗଣ୍ଠି ପଡେ ଭ ଉଣୀ ନାମରେ
ବନ୍ଧନ ହୋଇଥାଏ ଆତ୍ମାରେ।୧।
ରାକ୍ଷୀ 💐
ସୁଖ ଦୁଃଖ ର ଆତ୍ମ ସନ୍ତୋଷ
ଯେମିତି ଧରିତ୍ରୀ ସହିତ ଆକାଶ
ର ସଂପର୍କ
ସେମିତି ରାକ୍ଷୀ ର ଏ ସଂପର୍କ
ସଂପର୍କ। ମଝିରେ ମାଇଲଖୁଣ୍ଟ ହୁଏ
ଯିଏ ଦୁଃଖ ଭୋଗିଥାଏ ସିଏ ।୨।

ରାକ୍ଷୀ 💐
ଆତ୍ମସମ୍ମାନ ର ରଜ୍ଜୂ ଟିଏ
ପ୍ରତୀକ୍ଷା ରେ ରହିଥାଏ
ଅଭିମାନିନୀ ଭ ଉଣୀ ଟିଏ
ଆଶା ପ୍ରତ୍ୟାଶା ରେ ବାନ୍ଧି ଦିଏ
ଦୃଦୟର ଡୋରୀ ଟିଏ ।୩।

ରାକ୍ଷୀ 💐
ଇଜ୍ଜତ ର ସାକ୍ଷୀ ଟିଏ
ଭାଈ ପରା ସିଏ ଲଜ୍ଜା କୁ ବଞ୍ଚାଏ
ୠଷି ଗଲେ ଭ ଉଣୀ ଭାଈ ଯେ ମନାଏ
ଭାଈ ପାଇଁ ଭ ଉଣୀ ଟିଏ
ହୁଏ ସନମାନ
ସଦା ପ୍ରଫୁଲ୍ଲିତ ସେ ଘର
ଯେଉଁଠି ଭାଇଭଉଣୀ ର
ରହିଥାଏ ଆତ୍ମସମ୍ମାନ ।୪।

ରାକ୍ଷୀ 💐
ଆଶିଷ ର ଡୋରୀ ଟିଏ
ଶୁଭ ମନାସେ
ପ୍ରତିକ୍ଷଣେ ସିଏ
ଜାଳି ଆଶାର ପ୍ରଦୀପ
ଦିଅ ଦିବ୍ୟାନନ୍ଦେ ସନ୍ଧାନ
ଆୟୁଷ୍ମାନ ଆଶିଷେ ପାରିଜାତେ
ସୁବାସ ଭରିଦିଅ
ମୋ ଭାଈ ଜୀବନେ ।୫ ।

ରାକ୍ଷୀ 💐
ଶକ୍ତିର ଆୟୂଧ ଟିଏ
ମାଗିଦିଏ ଭ ଉଣୀ ଟିଏ
ଢାଳିଦିଅ ମାଗୋ
ଶୁଭ ଆଶିଷ ଧାରା
ମୋ ଭାଈ ଚଳାପଥରେ
ବିଞ୍ଚି ଦିଅ ମାଗୋ
ମଲ୍ଲୀ, କେତକୀ ପାଖୁଡା
ମୋ ଭାଈ ର ଆଶା ରଥ ରେ ।୬ ।
🙏🙏🙏🙏🙏🙏
ସୁଶ୍ରୀ ମନ୍ଦାକିନୀ ପାଢୀ
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର
ବରଗଡ଼
ପିନ୍ ୭୬୮୦୩୬