*ରାକ୍ଷୀ ପୂର୍ଣ୍ଣିମା *
*********************
ରାକ୍ଷୀ ପୂର୍ଣ୍ଣିମାର ଏ ଅଭିନନ୍ଦନ
ଘେନ ଆହେ ସାଧୁଜନ....
ରାଗ ଯୁକ୍ତ ନୋହି ସ୍ନେହ ଶ୍ରଦ୍ଧା ଦେଇ
ହେବ ନିଶ୍ଚେ ପ୍ରିୟ ଜନ....।
ରାଗ ରଖିବାରେ କିଛି ଲାଭ ନାହିଁ
ସର୍ବେ ହରିଙ୍କ ସନ୍ତାନ...
ରାଗାତ୍ମକ ଗୁଣ ପରିହର କରି
ଭକ୍ତିରେ ହୁଅ ବନ୍ଧନ...।
ରାଗିଆ ବ୍ୟକ୍ତିଏ ନଷ୍ଟ କରିଥା'ନ୍ତି
ପରିବେଶ ଓ ସମାଜ....
ରାଜକୀ ରାଜକୀ ମଧ୍ୟରେ ତୁମୁଳ
ଯୁଦ୍ଧ ପାଇଁ ହ୍ୱନ୍ତି ସଜ....।
ରାଜତା ଅନିଷ୍ଟ ହୋଇଲେ ଏଠାରେ
ସର୍ବେ ହେବେ ହଇରାଣ...
ରାଜତେଜଃ ଆଣେ ସଭିଙ୍କ ସୁରକ୍ଷା
ଏହା ନିଶ୍ଚେ ଧ୍ରୁବ ଜାଣ...।
ରାକ୍ଷୀ ପରା ଅଟେ ରକ୍ଷାସୂତ୍ର ଭାଇ
ସଭିଙ୍କୁ କର ଆଦର...
ରାକ୍ଷୀ ପୂର୍ଣ୍ଣିମାର ମହତ୍ୱ ବାରତା
ସର୍ବେ କରନ୍ତୁ ପ୍ରଚାର....।
ରାକ୍ଷୀ ଦିଏ ସୁଖ ରାକ୍ଷୀ ଦିଏ ଖୁସି
ଭାଇଭଗ୍ନୀ ହରଷିତ...
ରାକ୍ଷୀ ପୂର୍ଣ୍ଣମାକୁ ଜୁହାର କରିଣ
ଆନନ୍ଦେ ଗାଇବା ଗୀତ....।
************************
କବି-ରବି ପ୍ରଧାନ,ବାଣପୁର, ଖୋର୍ଦ୍ଧା