* ରାକ୍ଷୀ *
ଭ୍ରାତା ଭଗ୍ନୀ ସ୍ନେହ ସମ କିଏ କହ
ଅତୁଟ ବନ୍ଧନ ଏହି ।
ଡୋରି ବାନ୍ଧି ଦିଏ ଭଗ୍ନୀ ଭାଇ ହାତେ
ମଙ୍ଗଳ ମନାସି ସେହି ।।
ନିର୍ମଳ ହୃଦୟ କେତେ ରାଗ ରୁସ
ପୁଣି ପିଟା ମାଡ଼ କଳି ।
ତଥାପି ଭଉଣୀ ସ୍ନେହର ରଙ୍କୁଣୀ
ଧରି ଆସେ ରାକ୍ଷୀ ଥାଳି ।।
ଦୀପ ଧୂପ ପୁଷ୍ପେ ବନ୍ଦାଣେ ଭାଇକୁ
ମାରଇ ବିଜୟ ଟିକା ।
ଅନୁରାଗେ ଭଗ୍ନୀ କହେ ତୁନି ତୁନି
କରିବୁନି ଭାଇ ଏକା ।।
ମୁଣ୍ଡେ ହାତ ମାରି କହେ ଭାଇ ଧରି
ପିଣ୍ଡେ ଆତ୍ମା ତୁଲ ମୋର ।
ତୋ ବିନା କେମିତି ମହୀ ରେ ବଞ୍ଚିବି
ପାଖେ ପାଖେ ଥିବି ତୋର ।।
ଦେବିନି ଆଖିରୁ ଲୁହ ଆସିବାକୁ
ଥିବି ସଦା ହୋଇ ଛାଇ ।
କଣ୍ଟାରେ ଚାଲିବି ଓଠେ ଖୁସି ଦେବି
ଥିବି ବରଗଛ ହୋଇ ।।
ବାନ୍ଧି ଦେ ବାନ୍ଧି ଦେ ଡୋରି ତୁ ବାନ୍ଧି ଦେ
ସୁନାନାଖି ଭଗ୍ନୀ ମୋର ।
ସମ୍ପର୍କ ଆମର ଜନ୍ମ ଜନ୍ମାନ୍ତର
ଯୁଗେ ଯୁଗେ ଯେ ଆମର ।।
ପ୍ରଭାସ୍ କୁମାର ମହାପାତ୍ର
ମୟୂରଭଞ୍ଜ, ଓଡ଼ିଶା
ଯୋଗାଯୋଗ-୯୩୪୮୯୦୮୩୭୯
0 Comments