" ରାକ୍ଷୀ "
ବିଧାତା ତୁମେ ଭାରି କୃର, ଏକଥା ନିତି ମୁଁ ଭାଳି ହୁଏ,
ରାକ୍ଷୀ ପୂର୍ଣ୍ଣିମା ରେ ଏହି ଭାବନା ପ୍ରତ୍ୟକ୍ଷ ରେ ଅଙ୍କୁରିତ ହୋଇଥାଏ।

କି ଦୋଷ କରିଥିଲି ତୁମର,
ଭାଇ ଟିଏ ମୋତେ ନ ଦେଲ 
ଚିତ୍କାର କରି ଉଠେ ମୁଁ,
କଣ ମୋ ପ୍ରାର୍ଥନା,
ଗୁଞ୍ଜରିତ ହେଉ ନାହିଁ
ତୁମ କର୍ଣ୍ଣ ଗହ୍ୱରରେ?

ପିଲାଟି ଦିନରୁ ଏକା ହିଁ ଜନ୍ମିଛି
ଭାଇ ଭଉଣୀ ର ସ୍ନେହ, ପ୍ରେମ 
ଭଲପାଇବା, କେବେ ଉପଲବ୍ଧି
ନ କରି ପାରିଛି।

କାଳେ ମୋ ବିନା ମୋ ମା ବାପା 
ଅଧୁରା, 
ତାଙ୍କ ପୁତ୍ର ମୁଁ, ତାଙ୍କ କନ୍ୟା ମୁଁ,
ମୁଁ କାଳେ ତାଙ୍କ ଜୀବନ ର
ଶେଷ ସାହାରା।

ତଥାପି ଏକା ବଞ୍ଚିବା ଟା ଆୟତ୍ତ 
କୁ ଆସି ଯାଇଥିଲା ମୋର,
ନିଃସଙ୍ଗତା କୁ ଆଖି ରେ ଚାପି,
ବୁହାଉଥିଲି ଅଶ୍ରୁ ର ଧାର।

ମା ଆସିଲା, ପାଖରେ ବସିଲା,
ପଚାରିଲା ଲୋତକ ର କାରଣ,
ନିଜକୁ ସମ୍ଭାଳି ନ ପାରି ବ୍ୟକ୍ତ କଲି,
ଏକାକୀ ଜନ୍ମିବା ର ଦୁଃଖ ଗଣ।

କୋଳେଇ ନେଲା ମୋତେ ସେ ,
ତା ବିଶାଳ ବାହୁ ଭିତରେ,
ନୂତନ ଜାଗରଣ ଦେଲା, ଏକାକିପଣ
ର ତିମିର ମଧ୍ୟରେ।

ରକ୍ଷା କରିବା ହେଲା ରାକ୍ଷୀ ପୂର୍ଣ୍ଣିମାର
ଉଦ୍ଦେଶ୍ୟ,
କଣ ମୁଁ ତୋ ରକ୍ଷାକର୍ତ୍ତା ନୁହେଁ,
ମୋ ହାତରେ ରାକ୍ଷୀ ବାନ୍ଧିଲେ
କିଛି ସମସ୍ୟା ର ଆଗମନ ନ ହେବ 
ତୋ ଉପରେ, ଘଣ୍ଟା ଘୋଡାଇ ରଖିବି
ତୋତେ ଦେଇ ମୋର ଶେଷ ନିଃଶ୍ୱାସ।

ଅଶ୍ରୁ ଭରା ନୟନେ ଧରିଲି ହସ୍ତ କୁ 
ତାହାର,
ବାନ୍ଧିଲି ସୂତା ଖିଅ ଟେ ଭାବି ମା କୁ
ଭାଇ ବୋଲି ମୋର।

ସେବେ ଠାରୁ କେବେ ବୋଧ ହୋଇନି,
ଭାଇ ନ ଥିବାର ଦୁଃଖ,
ମା ମୁଖ ମଣ୍ଡଳ କୁ ଚାହିଁ ଦେଲେ,
ମିଳିଯାଏ ମୋତେ ବଞ୍ଚିବାର ଅହେତୁକ ସୁଖ।

ସେ ମୋର ସବୁ କିଛି ଭାବି ନିଏ,
ଯେବେ ଦେଖେ ତାକୁ,
ମାତୃ ଶକ୍ତି କାଳେ ଜଗତେ ସାର,
ଅଙ୍ଗେ ନିଭାଏ ମୁଁ, ଆଶା କରେ
ସବୁ ଜନ୍ମରେ ତାକୁ ପାଇବାକୁ।

ଶୁଭ ଲକ୍ଷ୍ମୀ ବେହେରା ,
ସାଲେପୁର, କଟକ
ଗୁରୁ ଛାତ୍ରୀ