= ☆ ରାକ୍ଷୀ ☆=
ଭାଇ ଭଉଣୀର ସ୍ନେହ ବନ୍ଧନର
ପ୍ରତୀକ ଅଟଇ ରାକ୍ଷୀ
ଭାଇ ଥିଲେ ଯା'ର ଭଉଣୀଟା ପରା
ନୁହେଁ କେବେ ନିରିମାଖି ।
ଏକଦା ଶ୍ରୀକୃଷ୍ଣ ଆଙ୍ଗୁଠିରୁ ଜାଣ
ବହିଲା ରକତ ଧାର
ପଣତକୁ ଚିରି ପାଣ୍ଡବଙ୍କ ନାରୀ
ବାନ୍ଧିଦେଲା ଆଙ୍ଗୁଠିର ।
ଦୁଷ୍ଟ ଦୁ:ଶାସନ ସଭା ମଧ୍ଯେ ଜାଣ
କରିଲା ବସ୍ତ୍ର ହରଣ
କୋଟି ବସ୍ତ୍ର ଦେଇ ନିଜେ ଭାବଗ୍ରାହୀ
ରଖିଲେ ଦ୍ରୌପଦୀ ମାନ ।
ଦିନେ ହୁମାୟୁନ ରାଜା ଯେ ଯବନ
କରିବାକୁ ଆକ୍ରମଣ
ସାଥେ ସେନା ନେଇ ବାହାରିଲେ ସେଇ
ରାଜପୁତ ରାଜ୍ଯ ଜାଣ ।
ରାଣୀ କର୍ମବତୀ ପଠାଇଲେ ରାକ୍ଷୀ
ଚକିତ ଯେ ହୁମାୟୁନ
ସେନା ଯେତେ ଥିଲେ ବାହୁଡ଼ାଇ ନେଲେ
ରଖିଲେ ରାକ୍ଷୀର ମାନ ।
ଜଗତ ଜନଙ୍କୁ ବାରତା ଦେବାକୁ
ଭାଇ ଭଉଣୀ ବନ୍ଧନ
ଭଉଣୀ ସହିତେ ଲୀଳା ରଚୁଛନ୍ତି
ସେ ପ୍ରଭୁ ଚକାନୟନ ।
ରେଶମର ଡୋରି ନୁହେଁ ଖାଲି ରାକ୍ଷୀ
ସ୍ନେହ ପ୍ରେମର ବନ୍ଧନ
ଭାଇ ଭଉଣୀର ପବିତ୍ର ଭାବର
ସାକ୍ଷୀ ଏ ରକ୍ଷା ବନ୍ଧନ ।
***************************
ଶିବ ପ୍ରସାଦ ହାତୀ
ବିଜାଢୋଲ,ଝାରବନ୍ଧ,ବରଗଡ଼
0 Comments