------ ରାକ୍ଷୀ ------

ଭାଇ ଭଉଣୀ ର ଅପୂର୍ବ ସେନେହ
      ରହିଥାଏ ହୃଦେ ଭରି
    ସତେ କି ପ୍ରଭୁ ଜଗନ୍ନାଥ
     ଭଉଣୀ ସୁଭଦ୍ରା ପରି।
  ରାକ୍ଷୀ ପୂର୍ଣିମା କୁ ଅନେଇ ରହେ
     ଭଉଣୀ ଆମରି ସତେ
  ରାକ୍ଷୀ ବାନ୍ଧିଲେ ଭାଇକୁ ମୋହରି
       ମାଗିବି ପାଉଣା ସତେ ।
    ପାଉଣା ସ୍ୱରୂପ ଭାଇ ଦେଇଥାଏ
      କେତେ ଯେ ସ୍ନେହ ଆଦର
   ଭଉଣୀ ଯେବେ ବିପଦରେ ପଡେ
       ଭାଇ କରଇ ଉଦ୍ଧାର।
  ଭାଇର ସର୍ବଦା ମଙ୍ଗଳ ପାଇଁ
      ଭଉଣୀ ଚେଷ୍ଟିତ ରହେ
  ଭାଇ ଭଉଣୀ ର ଅପୂର୍ବ ସେନେହ
      ସାରା ପୃଥିବୀ ଦେଖିଥାଏ।
  କେତେ ଆଦରରେ ବାନ୍ଧିଦିଏ ରାକ୍ଷୀ
     ଭୁଲିଯାଏ ରାଗ ଋଷା
   ଭାଇ ଭଉଣୀ ର ନିଗୁଡ଼ ସମ୍ପର୍କ
     ନୁହେଁ ଯେ ସୂତା ଖଣ୍ଡା।
 
     ଭାଗ୍ୟବନ୍ତ ମହାଲିଙ୍ଗ
      ଲୋଇସିଂହା,,, ବଲାଙ୍ଗୀର
ମୋ,,8917248391