------ ରାକ୍ଷୀ --------
ଭାଇ ଭଉଣୀ ର ପବିତ୍ର ବନ୍ଧନ
ନାହିଁ ଏଠି କାହା ମନେ ଅଭିମାନ ।
ଭଉଣୀ ଟି ଦିଏ ଭାଇ କୁ ଅନାଇ
ସୁରକ୍ଷା ର ରାକ୍ଷୀ ଅଟେ ଯେ ସମ୍ମାନ ।
ପ୍ରତି ନାରୀ ପାଇଁ ସୁରକ୍ଷା ଯେ ଦିଏ
ଭାଇ ଟି କେବେ ଯେ ବନ୍ଧନ ତୁଟାଏ ।
ନାରୀ କୁ ଦୁର୍ବଳ କରି ଏ ସୁରକ୍ଷା
ରାକ୍ଷୀ କୁ ଯେ ଆଜି ସଭିଏଁ ଭରସା ।
କେବଳ ରାକ୍ଷୀ ରେ ସୁରକ୍ଷା ନଥାଏ
ପ୍ରତିଟି ନାରୀକୁ ସମ୍ମାନ ଯୋଗାଏ ।
ଫୁଲ ଚନ୍ଦନ ସେ ସିନ୍ଦୂର ଲଗାଇ
ଭଉଣୀ ଯେ କରେ ଆଳତି ସଜାଇ ।
କହେ ଭାଇ ମୋର ତୁମେ ସଦାବେଳେ
ସାକ୍ଷୀ ହୋଇଥିବ ରାକ୍ଷୀ ର ବନ୍ଧନେ ।
କୌଣସି ନାରୀକୁ ନ କରି ବଇରୀ
ପ୍ରତିଟି ନାରୀର ଭାଇ ଅଟେ ରାକ୍ଷୀ ।
ସୂତା ଖିଅ ର ଡୋରୀରେ ବନ୍ଧା
ଅଟେ ଏହି ବନ୍ଧନ
ଭାଇ ଭଉଣୀ ସମ୍ପର୍କ
ସତେ କେଡ଼େ ନିବିଡ଼ ।
ସୂତାଖିଅ ର ବନ୍ଧନ ଅଟେ ସ୍ନେହ ଆଦର ର ସମ୍ପର୍କ ,
ଭଉଣୀ ପାଇଁ ସେ ଭାଇ ର ଆକଟ ଲାଗେ ଭାରୀ ମନମହକ ।
ସିନ୍ଦୂର ଚନ୍ଦନେ ତିଳକ କରି ଭଉଣୀ ଚାହେଁ ଅନାଇ ,
ଭାଇ ର ହାତ ରେ ବାନ୍ଧି ସେ ଦିଏ ଭରସା ର ଅତି ଗହିରୀ ।
ଭଉଣୀ ସୁରକ୍ଷା ଭାଇ ର ଦାୟିତ୍ଵ ରାକ୍ଷୀ ବାନ୍ଧି କରେ କର୍ତ୍ତବ୍ୟ ,
ସବୁ ନାରୀ ଙ୍କ ର ମାନ ରକ୍ଷା ଅଟେ ସଭିଙ୍କର ଏକ ମହତ୍ୱ ।
ଭାଇ ଭଉଣୀ ର ପବିତ୍ର ସମ୍ପର୍କ ରହୁ ଚୀର କାଳ ବ୍ୟାପକ ,
ନ ଆସୁ କେବେ ବାଧା କି ବିପତ୍ତି ଗଢ଼ିରହୁ ଏହି ସମ୍ପର୍କ ।""
🙏
ନାମ - ପି. ପୁରବୀ ମହାନ୍ତି
ଠିକଣା - ବଣାଇଁଗଡ଼
ସୁନ୍ଦରଗଡ଼
0 Comments