----- ରାକ୍ଷୀ ------
କାହା ଓଠର ହସ ଆଉ କାହାର
ବିଶ୍ୱାସର ରକ୍ଷା କବଚଟିଏ
ସୂତାଟିଏ ନୁହେଁ ସମ୍ପର୍କକୁ ବାନ୍ଧିରଖି
ବାର ଏକ ଛୋଟିଆ ପ୍ରୟାସ ଟିଏ।୧
ଦୁଇଟି ହୃଦୟର ସ୍ନେହଶ୍ରଦ୍ଧାକୁ ଯୋଡି
ରଖୁଥିବା ଏକ ଅମୂଲ୍ୟ ସମ୍ପଦ ଇଏ
ଆଉ ଦୁହେଁ ଦୁହିଁଙ୍କର ମଙ୍ଗଳପାଇଁ ମନାସୁଥିବା ଅକୁହା ଶପଥ ଇଏ।୨
ଏତେ ଦୃଢ଼ ତାର ଶକ୍ତିଯେ ଛିଣ୍ଡି ଯାଏନି କେଉଁ ଅଜଣା ଭୟକୁ ନେଇ
ପରସ୍ପର ଅଜାଡି ଦିଅନ୍ତି ନିଜକୁ
ଅନ୍ୟର ମଙ୍ଗଳ ପାଇଁ।୩
କେବେ କୃଷ୍ଣଙ୍କର କଟା ଆଙ୍ଗୁଠିରେ
ବନ୍ଧା ଯାଇଥିବା ଦ୍ରୌପଦୀଙ୍କର ପଣତ
କାନିଟା ସାଜିଥାଏ ରକ୍ଷାକବଚ ଟିଏ
ପ୍ରତିଦାନେ କୋଟିବସ୍ତ୍ର କୁରୁସଭାରେ
ଲଜ୍ୟା ନିବାରଣ ପାଇଁ ମିଳିଥାଏ।୪
ଜଣେ ପ୍ରତୀକ୍ଷଣ ଇଶ୍ୱର ଙ୍କ ଠାରେ
ନତମସ୍ତକ ତା ବାନ୍ଧିଥିବା ରକ୍ଷାକବଚ
ର ମାନ ରଖିବାକୁ
ତ ଆଉଜଣେ ସଦା ତତ୍ପର ତା ହାତରେ ବନ୍ଧାଯାଇଥିବା ରକ୍ଷା ସୂତ୍ରର
ଲାଜ ରଖିବାକୁ।୫
ସତେ ଯେମିତି ଅଟଳ ପ୍ରତିଜ୍ଞା ବଦ୍ଧ
ଦୁହେଁ ଦୁହିଁଙ୍କୁ ରକ୍ଷା କରିବାକୁ
ଋଣୀ କରିଦିଅନ୍ତି ସେଇ ରାକ୍ଷୀଟି ପାଖରେ ଶରୀର ର ପ୍ରତ୍ୟେକ ଟି
ରକ୍ତବିନ୍ଦୁକୁ।୬
ସବୁକିଛି ସମ୍ପର୍କ ଛୋଟ ଲାଗେ ସେଇ
ସୂତା ଖିଅ ଟିର ପ୍ରତିଜ୍ଞା ପାଖରେ
ସବୁଖୁସି ଅଜାଡି ହୋଇ ପଡେ ରାକ୍ଷୀ
ସାଥେ ଭାଗ୍ୟ ଆଞ୍ଜୁଳାରେ।୭
ଯେତେଦୂରେ ଥିଲେବି ଭଉଣୀର
ଖୁସି ହେଉ ଅବା ଆତୁରତା
ଗୁଞ୍ଜରି ଉଠେ ଭାଇର କାନରେ
ଧାଇଁ ଆସେ ସବୁକିଛି ଭୁଲି
ସାମିଲ ହେବାକୁ ଭଉଣୀର
ଖୁସି ଆଉ ଦୁଃଖରେ।୮
ଏକା ଏକା ଲଢ଼ିଯାଏ ସାରା ଦୁନିଆଁ
ସଂଗେ ଟିକିଏ ହସ ଦେଖିବାକୁ
ତା ଭଉଣୀର ଓଠରେ
ଅପହଞ୍ଚ ଦୁରତାରୁ ବି ତା ଆଦରର
ହାତଟା ଲୁହ ପୋଛିବାକୁ ଆସି
ଛୁଇଁଯାଏ ତା ଆଖିପତାରେ।୯
ଗାଲ ଛୁଇଁବା ଆଗରୁ ସେ ଲୁହକୁ
ତୋଳି ନିଏ ତା ହାତ ପାପୁଲିରେ
ଯେମିତି ଲୁହ ନୁହେଁ ଦୁନିଆଁର ସବୁ
ଖୁସି ଅଜାଡି ପଡନ୍ତା ତା
ତା ଭଉଣୀର ପଣତ କାନିରେ।୧୦
ଆଉ ଭଉଣୀଟି ଅଜାଣତରେ ମା'
ଟିଏ ତା ଭାଇ ପାଇଁ ପାଲଟିଯାଏ
ପେଟର ଭୋକ,ଆଖିର ନିଦ ଆଉ ଛାତିର କୋହକୁ ନିମିଷକେ
ବୁଝିଯାଏ।୧୧
ଭାଇ ଓଠର ଟିକେ ଖୁସି ପାଇଁ
ନିଜ ଲୁହକୁ ଛାତି ତଳେ ଲୁଚାଇ
ଫେଁ କିନା ହସି ଦିଏ
ଏଇ ତ ସେଇ ସୂତା ଖଣ୍ଡିଟିଏ ଯିଏ
ଭାଇ ଆଉ ଭଉଣୀ ପାଇଁ
ସାଜିଥାଏ ରକ୍ଷା କବଚଟିଏ
ସାଜିଥାଏ ରକ୍ଷା କବଚଟିଏ।
ନାମ- ପ୍ରଜ୍ଞା ପରମିତା ମହାପାତ୍ର
ଠିକଣା-ଭୁବନେଶ୍ୱର, ଖୋର୍ଦ୍ଧା
0 Comments