..... ରାକ୍ଷୀ ....
ବାନ୍ଧିଲୁ ରାକ୍ଷୀ ଆଜି ହାତରେ ମୋର
           ଛିଡ଼େଇ ଦେବୁନି କେବେ ଏଇ ସମ୍ପର୍କର ଡୋର ।
ଆସିଲେ ଆସୁ ପଛେ ଝଡ଼ ତୋଫାନ
            ତୁଟେଇ ଦେବୁନି ଆମ ଏଇ ପବିତ୍ର ବନ୍ଧନ ।
ମୁଁ ତୋର ଭାଇ ଜଗାଟେ ପରି
             ରହିଥିବି ତୋ ସାଥେ ଛାଇଟେ ପରି ।
ଭୂଲିବୁନି କେବେ ଏଇ ଭାଇକୁ
             ଆସୁଥିବୁ ନିତି ରାକ୍ଷୀ ବାନ୍ଧିବାକୁ ।
ତୁ ମୋର ସୁନା ଭଉଣୀ
             ଟିକେ ପାଗେଳି ଟିକେ ବାୟାଣି ।
ଭାବିବୁନି ଏ ଭାଇକୁ ପର
             ନିତି କରୁଥିବି ମୁଁ ସ୍ନେହ ଆଦର ।
କୋଟିଏରେ ଗୋଟିଏ ତୁମୋ ସୁନାଭଉଣୀ
             ତୋ ବିନା ଅଧା ମୋ ଜୀବନ କାହାଣୀ ।
ବନ୍ଧନ ଇୟେତ ଯୁଗ ଯୁଗର
              ରାକ୍ଷୀ ତ ଅଟଇ ପ୍ରତୀକ ସ୍ନେହର ।
       
କବି :- ହରିଶ୍ଚନ୍ଦ୍ର ହେମ୍ବ୍ରମ୍ 
ସା:- ଡିଙ୍ଗିରା ,ପୋ:- ବର୍ତ୍ତନା
ଭାୟା :- ବେତନଟୀ , ଜିଲ୍ଲା :- ମୟୂରଭଞ୍ଜ
ଭ୍ରାମ୍ୟଭାଷ :- ୭୦୦୮୫୪୮୩୩୭