* ରାକ୍ଷୀ *
************************
ସୁନ୍ଦର ସୂତାରେ ଗୂନ୍ଥି ଏହିପରି
କାଗଜ,ସୋଲ,ଫୁଲ ଆଉ ଜରି
ହୁଏ ତାହା ରାକ୍ଷୀ ; ଡୋରି ଟିରେ
ବାନ୍ଧି ଦେଲେ ଭାଇର ହାତରେ
ଭଉଣୀ ; କେତେ ସରାଗରେ
ଶ୍ରାବଣ ପୂର୍ଣ୍ଣିମା ପବିତ୍ର ମୁହୂର୍ତ୍ତରେ
ପ୍ରୀତି,ପ୍ରେମ,ଶ୍ରଦ୍ଧା,ସ୍ନେହ,ସମ୍ପର୍କର ଚିହ୍ନ
ସେ ବନ୍ଧନ ହୁଅଇ ସୁଦୃଢ଼ ଚିରନ୍ତନ
ଭାଇ ଭଉଣୀ ଙ୍କର ଅପୂର୍ବ ମିଳନ
ଶ୍ରଦ୍ଧା,ସ୍ନେହ,ସେବା,ସୌହାର୍ଦ୍ଦ୍ୟର ଦାନ
ସୂତା ଖଣ୍ଡେ ହୋଇଯାଏ ଅତି ମୂଲ୍ୟବାନ
ରକ୍ଷାକରେ ଭଉଣୀର ମାନ,ସନମାନ
ଇଜ୍ଜତ,ଆପଦ,ବିପଦ,ଯେସନ
ଝଡ ଝଞ୍ଜା ଆସିଲେ ଦୁର୍ଦ୍ଦିନ
ହୁଏ ପୁଣି ସଙ୍କଟ ମୋଚନ
ସମ୍ପର୍କକୁ କରେ ଆଜୀବନ
ନିଜକୁ ନିଜେ କରିଣ ବିପନ୍ନ
ଭଗ୍ନି ମଧ୍ୟ ଭାଈ ପାଇଁ ସମର୍ପିତ ହୋଇ
ସହୃଦୟେ ବାନ୍ଧି ଦିଏ ଆନ୍ତରିକତା ଦେଇ
ତେବେ ବଢେ ରାକ୍ଷୀର ମହତ୍ବ
ଏକ ଉତ୍ସର୍ଗୀକୃତ ପ୍ରେମର ମମତ୍ବ
ପରସ୍ପର ଅନୁରକ୍ତ ଅନ୍ତର ଆରକ୍ତ
ପ୍ରେମ,ପ୍ରୀତି,ମୈତ୍ରୀ,ନିସ୍ବାର୍ଥର ଭକ୍ତ
ଛିଣ୍ଡିବନି,ଭାଙ୍ଗିବନି ପୁରା ମଜବୁତ
ଦୁଇଟି ଆତ୍ମାର ଭାବ ବନ୍ଧନ ସେତ
ଅଦୃଶ୍ୟ ସୁଦୃଢ ଡୋରୀଟି ମାତ୍ର
ନିବିଡ ବନ୍ଧନ,ରାକ୍ଷୀର ତୌହାର
ହିନ୍ଦୁ ଧର୍ମପାଳେ ଭାଇ ଭଗ୍ନୀ ପାଇଁ ତାର
************************
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ - କୁଲାଡ଼, ଭଞ୍ଜଭୂମି,
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧
ଭ୍ରାମ୍ୟଭାଷ - ୯୪୩୮୧୮୯୯୪୮
************************
0 Comments