* ରାକ୍ଷୀ *

ଗୋଟିଏ ଉଦରୁ ଆମେ ଯେ ଜାତ
ଗୋଟିଏ କଂସାରେ ଖାଉ ଯେ ଭାତ
ଗୋଟେ ଦୀପ ଜଳେ ଏନ୍ତୁଡି ଶାଳେ
ଜନମି ଥିଲୁ ଆମେ ଏ କାଳ ବଳେ ।।

କେତେ ମିଠା ସତେ ଆମ ଦୁଷ୍ଟାମୀ
କେତେ ଭଲ ଲାଗେ ସେ ପାଗଳାମୀ
ମିଛ ଅଭିମାନ ମିଛ ବଇରୀ
ସବୁଠୁ ଉର୍ଦ୍ଧରେ ସେନେହ ଡୋରୀ ।।

କି ସୁନ୍ଦର ଆହା ପରମ୍ପରା ଆମ
ଭାଇ ଭଗିନୀଙ୍କ ସ୍ନେହ ଶ୍ରଦ୍ଧା ପ୍ରେମ
ଏ ପବିତ୍ର ସମ୍ପର୍କେ ଆଖି ଯାଏ ଲାଖି
ଏଇ ସମ୍ପର୍କରେ ସାକ୍ଷୀ ଏହି ରାକ୍ଷୀ।।

କେଉଁ କାଳରୁ ଯେ ଏ ପର୍ବ ରହିଛି
ବଡ ଦେଉଳରେ ପାଳିତ ହେଉଛି
ଚକା ଆଖି ପାଳେ ଏ ରକ୍ଷା ବନ୍ଧନ
ଖୁସି ରଖିବାକୁ ଶୁଭଦ୍ରିକା ମନ ।।

ଭଉଣୀ ଯେ ବାନ୍ଧେ ଭାଇ ହାତେ ରାକ୍ଷୀ
କେତେ ସ୍ନେହ ଶ୍ରଦ୍ଧା ମୁହେଁ ଦିଏ ମାଖି
ଭଉଣୀ ସାହାସ ଭାଇ ଯେ ତାହାର
ଭାଇର ସାହାସ ପୂରା ପରିବାର ।।।

ଖୁସିରେ ରହିଲେ ଭଉଣୀର ମନ
ସୁଖରେ କଟିବ ଆମର ଯେ ଦିନ
ଦୁଃଖ ଦେବ ନାହିଁ ଭଉଣୀର ମନେ
କହି ମୁଁ ଯାଉଛି ଏହି ଶୁଭ ଦିନେ ।।।।
      
ବିରେନ୍ଦ୍ର ନାୟକ (ଛାତ୍ର)
ଯୁକ୍ତ ତିନି ତୃତୀୟ ବର୍ଷ ଇଂରାଜୀ ବିଭାଗ 
ଅତା ସୁକିନ୍ଦା 

ଯାଜପୁର
ଦୂରାଭାଷ-7377942850