ରାକ୍ଷୀ
----------------------------------
ଭାଇ ଭଉଣୀ ର ସେନେହଵନ୍ଧନ
ପଵିତ୍ର ରାକ୍ଷୀ ଵନ୍ଧନ
ସେନେହ ସୁତାରେ ମମତାର
ମାଳି
ଭାଇ ହାତେ ଵାନ୍ଧେ ଭଉଣୀ
ଭାଇର ଶୁଭ ଆଶିଷ ମାଗେ
ତା ମଙ୍ଗଳ ପାଇଁ ନିତି ଦୀପ
ଜାଳେ
ଭାଇ ତା'ର ସାଥେ ଥିଲେ
ଭୟ ଯେ ପାଖେ ନ ପଶେ
ଭଉଣୀର ହୃଦ ସଙ୍ଖାଳି
ଭାଇ ଥିଲେ ସାହାସ ଵଢଇ
ବରଷକେ ଥରେ ଆସେ ପରଵ
ଓଠରେ ଭରିଦିଏ ଖୁସିର ଜୁଆର
ଦୀର୍ଘ ଆୟୁଷ କାମନା କରି
ହାତରେ ରାକ୍ଷୀ ଦିଏ ସଜାଇ
ଭାଇ ସୁରକ୍ଷାର ଶକ୍ତ ପ୍ରାଚୀର
ସାଜି
ସଦା ରହିଥାଏ ଜାଗି
ଜନ୍ମ ଜନ୍ମର ଏ ବନ୍ଧନ
ଅନାଵିଳ ତିକ୍ତ ମଧୁର ସମ୍ପର୍କ
ଆଷାଢ ପୂର୍ଣ୍ଣମି ଆସେ
ଆନନ୍ଦ ର ଲହରୀ ଖେଳେ
ସଵୁ ଅଭିମାନ କ୍ରୋଧ ଭିତରେ
ଭରିଯାଏ ପ୍ରଚୁର ସ୍ନେହ ଆବେଗ
ଦ୍ଵାପର ଯୁଗରେ କୃଷ୍ଣ ଙ୍କ ହାତେ
ଦୌପ୍ରଦି ଵାନ୍ଧିଲେ ରାକ୍ଷୀ
ହାତେ ଧରି ପାଞ୍ଚଜନ୍ୟ
ରୋକିଲେ ପାପର କଷଣ
କୁରୁସଭା ତଳେ ଵିଵସ୍ତ୍ରା ଵେଳେ
କରି ଲଜ୍ଜା ନିଵାରଣ ରଖିଲ
ରାକ୍ଷୀର ମହତ
ଲକ୍ଷ୍ମୀ ଵାନ୍ଧିଲେ ରାକ୍ଷୀ
ରସାତଳ ବନ୍ଧୁ କୃଷ୍ଣ ଙ୍କୁ ଉନ୍ଧାରି
ଶୁଣିଲ ଭଗିନୀର ଗୁହାରୀ
ଆଜି ଏ ଶୁଭ ଦିନରେ
ମୁଁ ଏମିତି ଏକ ହତଭାଗିନି
ଭାଇ ପାଇଁ ଝୁରି ମରଇ
ଭାଇ ଭଉଣୀ ର ଵନ୍ଧନକୁ
ଅନୁଭବ କରି ଆଖିର ଶ୍ରାଵଣ
ଭିଜି ଉଠଇ
ଅସମାପ୍ତ କୋହକୁ ଲୁଚାଇ
ପାରେନି
କେଇଟା ମୁହୁର୍ତ୍ତ ଅସହ୍ୟ ଲାଗେ
ନିଷ୍ଠୁର ନିଷ୍ପତ୍ତି ଆଗେ ମଥାନତ
କରି
ଆୟତ୍ତ ମନକୁ ସମ୍ଭାଳି ପାରେନି
ଖୋଜୁନାହି ଆଜି ମନପସନ୍ଦ
ଉପହାର
ମାଗୁନାହିଁ ପ୍ରତିଶ୍ରୁତି
ସ୍ନେହକାଙ୍ଗାଳି ଟେ ମୁହିଁ ଖୋଜୁଛି
ତୁମରି ସେନେହ
ଆଖିର ଲୁହରେ ଭିଜଇ ରାକ୍ଷୀ
ଚାହିଁ ଚାହିଁ ଦିନ ଵିତଇ
ରାକ୍ଷୀ ଦେଖିଲେ ମନେ ପଡଇ
ଵିତିଥିଵା ସେଇ କଥା
ମୁହଁ ଫଣଫଣ ମିଛିମିଛିକା ମନ
ମାଳିନ୍ୟ
ରାଗଋଷା ର ସେ ଦିନ
ଇନ୍ଦ୍ରଧନୁର ଵର୍ଣ୍ଣାଳିରେ
ଚେତନାର ଚକ୍ରଵାଳେ
ଉଦିତ ସୂର୍ଯ୍ୟର ଆଭାରେ
ଭାଇ ରହିଛ ସଦା ମୋ ସାଥେ ଉଜ୍ଜଳ ଦିଶାର କିରଣ ପରି
ପ୍ରତି ମୁହୂର୍ତ୍ତରେ ଝଲସିଯାଏ
ତୁମ ପ୍ରତିଛଵି
ଭାଇ ବୋଲି ଆଜି କାହାକୁ
ଡାକିଵି
ପ୍ରାଣ ଖୋଜି ଵୁଲଇ
ପ୍ରଭୁ ତମେ ନିର୍ଦଶକ
ତମେ ଵି ଦର୍ଶକ
ନିନ୍ଦା ପ୍ରଶଂସା ମୁଁ ମାଗେନାହି
ଭାଇକୁ ମୋର ଥରୁଟିଏ
ଦିଅ ହେ ଫେରାଇ
ଭାଇର ହାତ ପରଶ
ଆଜି ଖୋଜୁଛି ମୋ ରାକ୍ଷୀ
କାହା ପାଖେ ଆଉ ମୁଁ କରିବି
ଅଝଟ
ଭାଵି ଭାବି ଦିନ ସରଇ ..
ତେଜସ୍ଵିନୀ ସାମଲ
ରାଜକନିକା, କେନ୍ଦ୍ରାପଡ଼ା
0 Comments