------ ରାକ୍ଷୀ --------
ରାକ୍ଷୀ
ଏକ ସାଧାରଣ ଫିତା ନୁହେଁ,
ସେ ଅଟେ
ଭଉଣୀର ସ୍ନେହ
ଓ ଭାଇର ମମତା l
ଏକ ପ୍ରତିଶୃତିର ବାର୍ତ୍ତା,
ଏକ ସୁରକ୍ଷାର ଚେତନା l
ଦିନେ ଦ୍ରୌପଦୀ ବାନ୍ଧିଥିଲେ
କୃଷ୍ଣ ହାତରେ,
ଆଉ ସେଇ ପ୍ରତିଶୃତି ପାଇଁ,
କୁରୁସଭାରେ
କୋଟି ବସ୍ତ୍ର ଦେଇ
ରକ୍ଷା କରିଥିଲେ ଦ୍ରୌପଦୀଙ୍କ ସମ୍ମାନ l
ସୁଭଦ୍ରା ବି ବାନ୍ଧିଥିଲେ
ବଳଭଦ୍ରଙ୍କ ଜନ୍ମଦିନରେ,
ଏହି ସୁରକ୍ଷାର ଫିତା l
ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ,
ଆଉ ସେଥିପାଇଁ ବୋଧେ,
ପବିତ୍ର ଘୋଷଯାତ୍ରାରେ
ମାତା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡି
ମାଉସୀ ଘରକୁ ଯାଆନ୍ତି
ସୁଭଦ୍ରା ସାଥିରେ...
ଆଜି ଆଉ ଏକ ଭଉଣୀ
ସେଇ ଆଶା ଓ ବିଶ୍ୱାସ ରଖି
ନିଜର ସୁରକ୍ଷା ପାଇଁ ବାନ୍ଧୁଛି ରାକ୍ଷୀ
ଗୋଟିଏ ଭାଇ ହାତରେ.......
# ମୃତ୍ୟୁଞ୍ଜୟ ସାହୁ
# ବଡମ୍ବା, କଟକ
# ମୋ:-9090700601
0 Comments