---- ରାକ୍ଷୀ ------
ଓଡ଼ିଶା ସଂସ୍କୃତି ଓଡ଼ିଆ ଙ୍କ ରୀତି
ବାର ମାସେ ତେର ପର୍ବ
ରାକ୍ଷୀ ବାନ୍ଧି ଦେବ ମୋ ସୁନା ଭଉଣୀ
କରି ଆସିଥିଲି ଗର୍ବ।।
କାହିଁ କେଉଁ କାଳୁ ହୋଇ ଆସୁଅଛି
ରକ୍ଷା ବନ୍ଧନର ଖୁସି
ଭାଇଙ୍କ ହାତରେ ରାକ୍ଷୀ ଟିଏ ବାନ୍ଧି
ଭଉଣୀ ଦିଅଇ ହସି।।
ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ
ସ୍ନେହ ମମତା ର ଡୋର
ଭାଇର ହାତରେ ବାନ୍ଧି ଦେଇ ଭଗ୍ନୀ
ମଙ୍ଗଳ ଚିନ୍ତେ ତାହାର।।
ରକ୍ଷା ର ପ୍ରତୀକ ଅଟେ ଏହି ରାକ୍ଷୀ
ସମ୍ମାନ ସୁରକ୍ଷା ପାଇଁ
ପୁରାଣ ବର୍ଣ୍ଣନା ରହିଛି ଅପାର
ତାହାର ତୁଳନା ନାହିଁ।।
ଶ୍ରୀକୃଷ୍ଣ ହାତରେ ଅତି ସରାଗରେ
ଦ୍ରୌପଦୀ ପିନ୍ଧାଇ ଥିଲେ
କୋଟି ବସ୍ତ୍ର ଦେଇ କୁରୁ ସଭା ମଧ୍ୟେ
ତାଙ୍କ ସମ୍ମାନ ରଖିଲେ।।
ବଳରାମ ଜନ୍ମ, ଗୋ ମାତା ପୂଜନ
ହୋଇ ଥାଏ ଏହି ଦିନ
କୃଷି କାର୍ଯ୍ୟ ସାରି କୃଷକ ଭାଇଟି
କରେ ପ୍ରଭୁ ପାଶେ ଧ୍ୟାନ।।
କରୋନା ଆସିଲା ସବୁ ସାରିଦେଲା
ରାକ୍ଷୀ ପୂର୍ଣ୍ଣିମା ର ଖୁସି
ଭଉଣୀ ରହିଛି ଭାଇ ଠାରୁ ଦୁରେ
ଲୁହ ଝରାଉଛି ବସି।।
ସମାଜ ଦୂରତା ବଢାଇ ଦେଇଛି
ଆଜିର ଭୂତାଣୁ ଭୟ
ସ୍ନେହ କରୁଣାର କଥା ଭାବି ଆଜି
ହୃଦୟେ ଉଠୁଛି କୋହ।।
ରହିବା ସଜାଗ ମନୁ ଦୁଃଖ ତ୍ୟାଗ
କରୋନା କୁ ଯିବା ଜିଣି
ଆସନ୍ତା ବରଷ ଖୁସି ମନାଇବା
ଆମେ ତ ଭାଇ ଭଉଣୀ।।
ରାମ ଚନ୍ଦ୍ର ମହାନ୍ତି
ଗ୍ରାମ ବାଣତୁମ୍ବ
ପୋଷ୍ଟ ବେଲ ଗୁଣ୍ଠ
ଜିଲ୍ଲା ଗଞ୍ଜାମ
ଓଡ଼ିଶା
ପିନ୍ କୋଡ ୭୬୧୧୧୯
0 Comments