------- ରାକ୍ଷୀ ---
ବର୍ଷକ ବାର ଅଟଇ ମାସ
   ଉତ୍କଳ ପାଳଇ ତେରଟି ପର୍ବ
ଗହ୍ମାପୂର୍ଣ୍ଣୀମା ଯେ ଅଟଇ ଭିନ୍ନ
   ସ୍ନେହ ବନ୍ଧନର ଅଟେ ପ୍ରତୀକ
ଭାଇ ଭଉଣୀର ନିବିଡ଼ ସ୍ନେହ
    ପ୍ରତୀୟ ହୁଏ ସେହି ଦିନ
ମନେ ଆଶା ଭରି ଆନନ୍ଦ
   ଭାବୁଥାଏ ଆସିବ କେ ଦିନ
ବାନ୍ଧିବ ଭାଇର ହାତରେ ଡୋରି
    ରାଗରୁଷା ମନୁ ଅପସରି
କେଡେ ପବିତ୍ର ଅଟଇ ପରବ
    ଗଢିଥାଏ ସମ୍ପର୍କ ଜନ୍ମାନ୍ତର
ଧୂପ ଦୀପ ସଙ୍ଗେ ଚନ୍ଦନ
    ଧରିଥାଏ ହାତେ ତାମ୍ର ଥାଳି
ଚାତକ ପରି ଚାହେଁ ବାଟକୁ
    ଗେହ୍ଲା ଭାଇ ର ଆଗମନ କୁ
ଆରାଧ୍ୟ ଦେବତା ବଳରାମ ଙ୍କ ର
    ପବିତ୍ର ଜନ୍ମ ଦିବସ ଆଜି
ଆଶିଷ ମନାସେ କର ଯୋଡ଼ି 
   ଗେହ୍ଲା ଭାଇ ର ଦୀର୍ଘାୟୁ ପାଇଁ
ରକ୍ଷା କବଚ ସାଜେ ଭଗିନୀ ର
    ବିପଦ ସମୟେ ହୁଏ ହାଜିର୍
ବିଧାତା ର ଏହି ସୁନ୍ଦର ଖେଳ
    ସତ ରେ ଦେଖି ମୁଁ ହୁଏ ଭୋଳ

ଲଲାଟେନ୍ଦୁ ବାରିକ
ବାସୁଦେବପୁର, ଭଦ୍ରକ