--------- ରାକ୍ଷୀ --------
ବଳଦେବଙ୍କର ଜନ୍ମ ଦିନ ଆଜି 
           ପବିତ୍ର ରାକ୍ଷୀ ପୁନେଇ, 
ତାଙ୍କରି ପୟରେ ଭଉଣୀ ମନାଶେ 
           ଭାଇର ଆଶିଷ ପାଇଁ l
କେତେ ଧୂପ ଦୀପ ଫୁଲ ଓ ଚନ୍ଦନ 
          ପୂଜା ଥାଳିରେ ସଜେଇ, 
ଅପେକ୍ଷାରେ ଥାଏ ଭଉଣୀଟିଏ ତ 
          ଭାଇର ବାଟକୁ ଚାହିଁ l
ରାକ୍ଷୀ ବାନ୍ଧି ହେଲେ ଭଉଣୀ ହାତରୁ 
          ଭାଇର ବଢ଼ଇ ଟେକ, 
ଭାଇର ଜୀବନ ରାକ୍ଷୀ ପୁନେଇରେ 
          ହୁଅଇ ପରା ସାର୍ଥକ l
ସ୍ନେହ ଓ ପ୍ରେମର ଅଟଇ ବନ୍ଧନ 
          ପାଳଇ ସାରା ସଂସାର, 
ଏ ସାରା ଜଗତେ ଅଟେ ଏ ପବିତ୍ର 
           ପ୍ରେମ ତ ଭାଇ ଭଉଣୀର l
ଭାଇ ଭଉଣୀର ସମ୍ପର୍କ ଇଏ ତ 
           ଆସେ ବରଷକ ଥରେ 
ଯେଉଁ ହାତେ ରାକ୍ଷୀ ବାନ୍ଧେ ତ ଭଉଣୀ 
            ସେ ହାତଟି ରକ୍ଷା କରେ l

ପୀତାମ୍ବର ମାଝୀ , ଭରୁଆମୁଣ୍ଡା, ନୂଆପଡ଼ା