* ରାକ୍ଷୀ*
ବନ୍ଧନର ସୁତା ଖିଅ ରାକ୍ଷୀ
ଭାଇ ଭଉଣୀ ପ୍ରେମର ସାକ୍ଷୀ
ଗମ୍ଭା ପୂନେଇ ରେ ହୁଏ ପାଳିତ
ବଳଭଦ୍ରଜୀଉ ଙ୍କର ଜନ୍ମଦିନ
ସେହି ଦିନଟି ରାକ୍ଷୀ ପୂର୍ଣ୍ଣିମା ଦିନ
ଗୋ ମାତା ଙ୍କୁ ପୂଜା କର
ଖୁସିର ଦିନ ୟେ ରାକ୍ଷୀ ପର୍ବ
ରାଗ ରୁଷା ସବୁ ଯାଏ ଉଭେଇ
ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧଇ
ବରଷକୁ ଥରେ ଆସଇ ରାକ୍ଷୀ ବନ୍ଧନ
ଭାଇ ଭଉଣୀର ମନ ଉଛନ
ଚାହିଁ ରହି ଥାଉ ଏକ ବରଷ
ସ୍ନେହ ପ୍ରେମରେ ବାନ୍ଧି ଏ ବନ୍ଧନ
ସମସ୍ତିଙ୍କର ନଥାଏ ସମାନ
କାହା ନଥାଏ ଭଉଣୀ ତ
ଭାଇ ନଥାଏ କୋଉ ଭଉଣୀର
ହେଲେ ସେଇ ଭାଇ ହାତେ ବନ୍ଧା
ବହୁତ ରକ୍ଷୀର ଡୋରରେ ବନ୍ଧା
ୟେ ଆମ ଭାଇଚାରାର ଦେଶ
ପବିତ୍ର ସଂକୃତି ପୂର୍ଣ ଭାରତ ବର୍ଷ
ଭାରତ ବର୍ଷ ଆମେ ସବୁ ଭଇ ଭଉଣୀ
ଏ ଦେଶର ଭାଇ ହାତ ଖାଲି ରହିବନି
✍️ପଦ୍ମାଳୟା ସାମଲ
ବଡ଼ପଡା ,କେନ୍ଦ୍ରାପଡା
0 Comments