--------- ରାକ୍ଷୀ --------------

ରକ୍ଷାର ବନ୍ଧନ         ଭଉଣୀର ମାନ
          ହଳଦି ସୂତାର ଖିଅ
ସମ୍ପର୍କ ମଧ୍ୟରେ   ଭାଇଭଉଣୀ ସମ୍ପର୍କ
         ଅଟଇ ସବୁଠୁ ପ୍ରିୟ।

ଅଶାର ପ୍ରତୀକ       ପ୍ରେମର ସନ୍ତକ
         ସୁତା ଖଣ୍ଡେ ଭଉଣୀର
ସେନେହ ପ୍ରକାରେ  ସାଇତିଛି ତେନେ
          ଅସୁମାରି ଆଶା ତାର।

ଭାଇ ର ଭଗିନୀ      ସତେ ସଞ୍ଜିବନି
   ବାନ୍ଧେ ଯେବେ ପ୍ରେମଡୋର
ଅପୂର୍ବ ସୁଖର       ଭାଗିଦାରୀ ହୋନ୍ତି
ମଙ୍ଗଳ କାମସି ଉଭୟେ ଉଭୟଙ୍କର।

ହାତରେ ମୋ ରାକ୍ଷୀ   ଲଲାଟେ ତିଳକ
        ଦେଇକରେ ବନ୍ଦାପନା
ସ୍ୱର୍ଗସୁଖ ଲଭେ    ଦେବତୁଲ୍ୟ ଲାଗେ
       ତୋର ସେହି ପୂଜାର୍ଚ୍ଚନା।

ବାନ୍ଧେ ଯେବେ ରାକ୍ଷୀ ସେତ ନିରୀମାଖୀ
     ମାଗିଥାଏ ମୋତେ ପାଉଣା
ଧନ ଦୂରେ ଥାଉ    ମନ ତୋ ପାଖରେ
   ସ୍ନେହ ହେବେନାହିଁ କେବେ ଉଣା।

ପ୍ରେମ ବନ୍ଧନରେ  ବାନ୍ଧିନେଲୁ ମୋତେ
      ବାନ୍ଧିଦେଇ ରାକ୍ଷୀ ଟିଏ
ପ୍ରତିଶୃତି ତୋତେ ଦେଉଅଛି ମୁହିଁ
   ହେବି ସୁନାନାଖି ଭାଇଟିଏ।

ସବୁ ସମୟରେ    ସବୁ ଯେ ସ୍ଥାନରେ
       ଥିବି ତୋର ଚାରିପାଖେ
ରାକ୍ଷୀର ମର୍ଯ୍ୟାଦା   ରଖିବା ପାଇଁଲୋ
    ମଲେ ମରିଯିବି ଅତି ସୁଖେ।

ହେ ବିଶ୍ୱନିଅନ୍ତା         ଜଗତ କରତା
       ଭାବଗ୍ରାହୀ ଚକାଡୋଳା
ମୋ ଅନୁପସ୍ଥିତିରେ    ମୋ ଭଉଣୀକୁ
      ସୁଖେ ରଖିଥିବ ସଦବେଳା।

ନାମ: ପପୁ ପରିଡ଼ା
ଠିକଣା: ରାଳବ, ଗଞ୍ଜାମ