ରାକ୍ଷୀ
************
ରାକ୍ଷୀ ଵୋଲି ଯେଉଁ
ଦୁଇଟି ଅକ୍ଷର
ଵହନ କରେ ସେ
ଭାଇ ଭଉଣୀଙ୍କ
ସ୍ନେହର ସ୍ୱାକ୍ଷର ।।
ଦୁଇଟି ଅକ୍ଷର ଵୋଲି
ଭାଵିଵନି ତାକୁ ହୀନ
ତା ସମ୍ମୁଖେ ସାର୍ମଥ୍ୟହୀନ
ଵୀର ଦୁଃଶାସନ ।।
କୃଷ୍ଣ କୋଟି ଵସ୍ତ୍ର
ଦେଇ କରିଥିଲେ
କୃଷ୍ଣାର ଲଜ୍ଜା ନିଵାରଣ ।।
କାରଣ ରାକ୍ଷୀର ମାନ
ରଖିବେ ଵୋଲି
ନେଇଥିଲେ ସେ ପଣ ।।
ନାଲି ନେଳି ପଥରେ
ଶୋଭିତ ସେ
ମେଞ୍ଚାଏ ସୂତାରେ
ନିର୍ମିତ ସେ ।।
ଦେଖିଵାକୁ ଆହା
କେଡ଼େ ମନୋହର
ଅଟଇ ପ୍ରତୀକ ସେ
ସ୍ନେହ ଵନ୍ଧନର ।।
ପ୍ରତିଵର୍ଷ ଆସେ ସେ
ସୁଖ ସୋହାର୍ଦ୍ଦ୍ୟକୁ ନେଇ
ଭଉଣୀ ମନର ସ୍ନେହରେ
ଭାଇକୁ ଭିଜାଇବା ପାଇଁ ।। ।
ଭାଇର ହାତରେ ଵାନ୍ଧି
ଯେ ଭଉଣୀ
ମାଗେ ସେ କେତେ
ଉପହାର ।।
କହେ ପୁଣି ରାକ୍ଷୀ
ଲୋ ରାକ୍ଷୀ
ପ୍ରତିଵର୍ଷ ଆସୁଥା
ବାରଵାର ।।
ତପସ୍ବିନୀ ରଥ
କେନ୍ଦ୍ରାପଡା
0 Comments