****-* ରାକ୍ଷୀ *-*****
ଜଗା ଭାଇ ବଳିଆ ହଳଧର ହଳୁଆ
ଶ୍ରାବଣ ପୂର୍ଣ୍ଣିମା ତିଥିରେ.....
ହାତରେ ବାନ୍ଧୁଛି ରାକ୍ଷୀ
ଶୁଭଦ୍ରା ହଳଦୀ ମୁଖି
ଜନମଦିନ  ପାଳୁଛି  ଖୁସିରେ.....
   ଭଗ୍ନୀ ଭାଇର ହାତେ.....
   ବାନ୍ଧି ରାକ୍ଷୀ କଥା ମାଗେ
           ରକ୍ଷା  ନିମନ୍ତେ.....  ( ୧ )
ସାକ୍ଷୀ  ବଡ଼  ଦେଉଳ
ଘରେ ଘରେ ଚହଳ
  ପାଳନ୍ତି ରେ  ରକ୍ଷା ବନ୍ଧନ
ସ୍ନେହ ଶ୍ରଦ୍ଧା ସୁରକ୍ଷା
ଭଗିନୀ ମାନ ରକ୍ଷା
     ଭୀଷ୍ମ ପ୍ରତିଜ୍ଞା ତା'  ଜାଣ...
ଲୋକାଚାର  ମତରେ..….
ଲକ୍ଷ୍ମୀ ବାନ୍ଧିଥିଲେ ରାକ୍ଷୀ
   ' ବଳି'  ହାତରେ...... ( ୨ )
* ପୁଣି  କହେ  ପୁରାଣ
   ଆଠ  ଗ୍ରହ   ମିଶିଣ
   ଆଣ୍ଟେ  ପୃଥିବୀକୁ  ଘେରିଣ...
  ଚନ୍ଦ୍ର   ଦେଲେ   ସୁରକ୍ଷା
   ଅବନୀ   ହେଲା   ରକ୍ଷା
    ସାକ୍ଷୀ   ପୂର୍ଣ୍ଣିମା   ଶ୍ରାବଣ....
      "ଭାଇ" ହେଲେ  ସତରେ
      ଜହ୍ନମାମୁଁ    କେତେ  ଭଲ
       ଥାନ୍ତି  'ମନ'  ଭିତରେ.....( ୩ )
*  ଇତିହାସ କହେ ଟି
     ରାଣୀ  କରମାବତୀ
      ମେବାର  ସୁରକ୍ଷା  ପାଇଁରେ...
    ହୁମାୟୁନ   ହାତରେ
     ରାକ୍ଷୀ  ବାନ୍ଧି  ଶ୍ରଦ୍ଧାରେ
      ଦୂରେ ଠେଲି ଜାତି ଭେଦରେ...
        ସ୍ନେହ ଶ୍ରଦ୍ଧା ଭକ୍ତିରେ
      ତ୍ୟାଗ କରିଥିଲେ ରାଣୀ
         ଦେଶ ହିତରେ...... ‌( ୪ )
*   ଆମ  ଦେଶ  ପରବ
     ସଭିଙ୍କର   ଗରବ
      ସମ୍ପରକ  ଭାଇ  ଭଉଣୀ.....
    ତ୍ୟାଗ  ଦାନ  ଭିତ୍ତିକ
     ଭଗିନୀର   ରକ୍ଷକ
      ରକ୍ଷା ବନ୍ଧନ   କାହାଣୀ......
         ବିଜୟ ଟୀକା ପିନ୍ଧାଏ
            ଭାଇ ମଥାରେ...... ‌( ୫ )
*  "କରୋନା  କରିଛି ବ୍ରେକ୍
   ଷ୍ଟେ- ହୋମ୍   ଷ୍ଟେ - ସେଫ୍
    ମ୍ୟାକ୍ ସ   ସହ ରାକ୍ଷୀ ବନ୍ଧାରେ..
  ମିଠା  ବଦଳରେ  କାଢା
      ସାନିଟାଇଜର  ପୁଡା
   ଉପହାର ଦିଆ ନିଆଁରେ...
       ରାକ୍ଷୀ ପୂର୍ଣ୍ଣିମା ଫିକା
   ବନ୍ଧନ ସାର୍ଥକ ହେବ  ( ? )
        ମନରେ  ଶଙ୍କା......( ୬ )
      ( ସମାପ୍ତ ) । ମହିମା ଅଲେଖ ।
ଶରଣ।    ଶରଣ  । ଶରଣ  ।

ସ୍ୱାଧିନ ଚନ୍ଦ୍ର ଜେନା , ନବରଙ୍ଗପୁର