***** ରାକ୍ଷୀ *****
ମନେ ପଡେ ଆଜି
ବର୍ଷସାରା ପ୍ରତିକ୍ଷିତ ସେହି ମୂହୁର୍ତ୍ତ କୁ
 ଯେତେବେଳେ ,
ବ୍ରାହ୍ମଣ ଦିଆ ଖଣ୍ଡେ ପଇତା ଓ ଭଉଣୀର ରାକ୍ଷୀ ବନ୍ଧା ନେଇ 
ଭାଇ ଭାଇ ଭିତରେ ଥିଲା କଳି,
ଆଉ ଏଣ୍ଡୁରି ଖାଇ ଗାଁ ଦାଣ୍ଡରେ
ଡିଆଁ ମାରା,
ବାଃ ଭାରି ଖୁସି 
ସ୍କୁଲ ଛୁଟି, ଦିନତମାମ ଖେଳକୁଦ,
ସେଦିନ ରାକ୍ଷୀ ର ମୂଲ୍ୟ 
କେବଳ ହାତର ସୁନ୍ଦରତାର ।
ଆଜି ବୁଝୁଛି ସ୍ନେହର ପ୍ରତିକ ଏ
ଏ ରଶେମ ସୂତା ହେଉ
ଭାଇ ଭଉଣୀ ସ୍ନେହର ବନ୍ଧନ ରଜୁ,
ବେୟ ବହୁଳ ଜୀବନ ରେ ଫେସନର 
ଅନ୍ଧପୁଟୁଳି ନହେଉ,
ନ ହେଉ ଛଳନାର ବାଲିଘର,
ପରିବାର ହେଉ ସରଗ ପୁର ।

             ‌‌      ରେଣୁକା ସାମଲ,
              ପଞ୍ଚାୟତ ସମିତି କଲେଜ,
               ରାଇଘର,ନବରଙ୍ଗପୁର ।