:: ରାକ୍ଷୀ ::
ମୋ ଆଖିରୁ ଯେତେବେଳେ
ଲୁହ ବୁହଇ ସେ ପୋଛି ଦିଏ
ବଡ଼ ଆଦର କରି
ବାପାଙ୍କଠୁ ମାଡ଼ ଖାଇଲା
ବେଳେ ସେ ଦେଖେଇ 
ଦିଏ ଆଗେ ତା' ପିଠି
ଭାଇ ମୋର ଅତି ଆପଣାର
ତା'ଠୁ କେହି ନାହାନ୍ତି ନିଜର
ସବୁ ଦୁଃଖ, ବିପଦରେ 
ସେ ଆଗେ ଛିଡ଼ା ହୁଏ
ସତେ ଯେପରି ଭଉଣୀର 
ରକ୍ଷା କବଜ
ଭାଇର ସ୍ନେହ ଶ୍ରଦ୍ଧା ସବୁଠୁ ମଧୁର
 ଭାଇ ପରି ନାହିଁ କେହି
ବନ୍ଧୁ ଭଉଣୀ ପାଇଁ
ସଂସାରର ସବୁଠୁ ବଡ଼ 
ଭାଇ ଭଉଣୀଙ୍କର ସମ୍ପର୍କ
ରାକ୍ଷୀ ବନ୍ଧନ ହେଉଛି
ତାହାର ଏକ ସୁନ୍ଦର ଉଦାହରଣ।

        ଅର୍ଚ୍ଚନା ଦେଓ
    ଯାଜପୁର, ବାରଗଡ଼ିଆ