କୃଷକ
ତୁମେ ଚିର ନମସ୍ୟ
ହେ କୃଷକ ।
ତୁମେ ଚିର ନମସ୍ୟ
ହେ କୃଷକ ।
ପାଳୁଛ ଜଗତ ତୁମେ
ସହୁଛ ଦୁଃଖ ।।
ତୁମେ ଚିର ନମସ୍ୟ
ହେ କୃଷକ ।
ଡର ନାହିଁ ତୁମର ଯେ
ଖରା ବର୍ଷା ଶୀତ ।
ଦେଖିଦେଲେ ଲାଗେ ଖୁସି
ତୁମ ସୁନା କ୍ଷେତ ।।
ତୁମର ଖୁସି ସେତେବେଳେ
ଦେଖି ଜଗତ ସୁଖ ।
ତୁମେ ଚିର ନମସ୍ୟ
ହେ କୃଷକ ।
କୃଷି ପାଇଁ ପୁରସ୍କୃତ
ଆମ ରାଜ୍ୟ ସରକାର ।
ସାରା ଭାରତେ ନାମ ତୁମ
ହୁଅଇ ପ୍ରଚାର ।।
ସଭିଙ୍କ ମୁଖେ ଆହାର ଦେଇ
ହରୁଛ ସଭିଙ୍କ ଦୁଃଖ ।
ତୁମେ ଚିର ନମସ୍ୟ
ହେ କୃଷକ ।
ଅଭଡ଼ା ହୁଅଇ ନିତି
ତୁମ ଉତ୍ପାଦନୁ ।
ଲିଭି ନାହିଁ ଲିଭିବ ନାହିଁ
ଏକଥା କା ମନୁ ।।
ତୁମର ଯଶ ଅକ୍ଷୁର୍ଣ୍ଣ ରହୁ
ଉଚ୍ଚ ହେଉ ତୁମ ଟେକ ।
ତୁମେ ଚିର ନମସ୍ୟ
ହେ କୃଷକ ।
ଦୀନେଶ ଗୋଛାୟତ
ଯୋଡମୁ
ନରସିଂହ ପୁର
କଟକ
0 Comments