:: ରାକ୍ଷୀ ::
ରାକ୍ଷୀ ରେ ବାନ୍ଧି ରଖିଛି ମୁ ଯେ ସେନେହ ର ସୁତା 
ନିରିମଖି ଦେବୁନି ତାକୁ କେବେ ମୋ ଆଦର ଭ୍ରତ• (୧)
ସ୍ନେହ ପ୍ରେମ ମାୟାରେ କରିଛି ଆଦରେ ଶାଳଙ୍କାର
ଲୋକନ୍ତର ହେଲେ ବି ଝୁରୁଥିବୁ ଭାବି ଆପଣାର• (୨)
ରେଶମୀ ଖୀଅରେ ଗୁନ୍ଥିଛି ରାଖୀ କେତେ ଯେ ଚିତ୍ତାକର୍ଷକ
ସଦସୟରେ କରୁଛି ତୁମ୍ଭ ମଙ୍ଗଳ କାମନା ଅନେକ• (୩)
ପୂର୍ବପୁରୁଷାଦି କାଳ ରୁ  ଚଲିଆସିଛି ଏହି ଉତ୍ସବ
ଭଉଣୀ ମନରେ ଥାଏ ରାକ୍ଷୀ ବାନ୍ଧିଲେ ନାନା ଉପହାର ମିଲିବ•(୪)
ଦୀପ ଆଳତି ଅଗୁରୁ ଚନ୍ଦନ ସଜାଡି ରଖିଛି ଥାଳି
ସଦିଛା ସଦଭାବନ ସର୍ବଦା ପ୍ରଭୁ ମୋ ଭାଇ କୁ କର କୁଶଳୀ •(୫)
କୁଙ୍କୁମ ର ଚିନ୍ହା ମଥାରେ ତୋର ସ୍ଵହସ୍ତ ରେ ଟେକିଦେଇ
ଅବାଟରେ ଗଲେ ବାଟ କାଢିଦେବୁ ଗୁଡେଇତୁଡେଇ•(୬)
ବର୍ଷ ରେ ଥରେ ଏହି ଉତ୍ସବ ମେଳାଇ ଦିଏ କେତେ ଖୁସି
କଥାଦିଅ ଭାଇ ସମ୍ପର୍କ ଆମର ବନ୍ଧିଥିବ ମିଲିମିସି•(୭)
ତୋ ଆଶା ଭରଷା ପ୍ରେମ ବିଡା ବଷା ସଦା ବାନ୍ଧିବୁ ଘରେ
ଜେତେଦୁର ଯିବି ସର୍ବଦା ଝୁରିବି ଥିଲେ ବି ଶାଶୁଘରେ•(୮)
ମହାଭାରତା କାଳରେ ନିଜ ଅଙ୍ଗବସ୍ତ୍ର ବାନ୍ଧି ଦ୍ରୋପଦି
ସାକ୍ଷୀ କରିଗଲେ ଶ୍ରୀକୃଷ୍ଣଙ୍କୁ ସାହା ହେବ ଟି ନିଇତି•(୯)
ବେନି ହୃଦୟ ର ପବିତ୍ର ଡୋର ରେ ବନ୍ଧା ଏହି ମିଳନ
ସିହାଣ ବୁଦ୍ଧିରେ ବି କାହାର ଛିଡିବନି ଏହି ବନ୍ଧନ•(୧୦)
ରାଖୀ ବାନ୍ଧି ଆଜି ଚତୁର୍ଦିଗପାଲ କୁ କରିଲି ସାକ୍ଷୀ
ଢାଳି ଦେବ ଖୁସି ମୋ ଭାଇ ହାତରେ ପ୍ରଭୁ ଗୁହାରି ଏତିକି•(୧୧)



ନାମ- ଅଙ୍କିତା ପ୍ରିୟଦର୍ଶିନୀ ସାହୁ
ଗ୍ରମ-କଟାପାଲି
ଜିଲ୍ଲ- ବରଗଡ