ରାକ୍ଷୀ
********
ରାକ୍ଷୀ ନୁହେଁ କେଉଁ ଏକ ଅନାବନା ସୁତାର ସମାହାର
ସେ ତ.... ପବିତ୍ର ସମ୍ପର୍କର ଡୋର।
ରାକ୍ଷୀ ନୁହେଁ ଜିକ୍ ମିକ୍ କରୁଥିବା କେଉଁ ଏକ ଖୋଦିତ ପଥର
ସେ ତ.... ଅତୁଟ ବନ୍ଧନ ଯୁଗଯୁଗର।
ରାକ୍ଷୀ ନୁହେଁ ବନ୍ଦାପନା, ମୁହଁ ମିଠା ପର୍ବର
ସେ ତ.... ସ୍ନେହ ଶ୍ରଦ୍ଧା ମମତା ର ସାଗର।
ରାକ୍ଷୀ ନୁହେଁ ବର୍ଷର ଗୋଟିଏ ଦିନର ଅତିଥି
ସେ ତ.... ବିଚାର ବୁଝାମଣା ର ସ୍ପଷ୍ଟ ବିରତି।
ରାକ୍ଷୀ ନୁହେଁ ଅହେତୁକ ଶ୍ରାବଣର ଧାରା
ସେ ତ.... ଓଡ଼ିଆ ଘରର ଶ୍ରେଷ୍ଠ ପରଂପରା।
ରାକ୍ଷୀ ନୁହେଁ ମାନ ଅଭିମାନ ର ଜୀବନୀ
ସେ ତ.... ଭଉଣୀ ଭାଇ ର ହସ ଲୁହ ଭରା କାହାଣୀ।
ରାକ୍ଷୀ ନୁହେଁ ବାକି ଥିବା ଉପହାର ଆଉ ଟଙ୍କାର
ସେ ତ.... ଧକ୍ ଧକ୍ ଚାଳିତ ଭାଇ ଛାତିର ସ୍ପନ୍ଦନ।
ରାକ୍ଷୀ ନୁହେଁ ସିନ୍ଦୂର, ଚନ୍ଦନ, ଧୂପଦୀପ ର ମେଲଣ
ସେ ତ.... ନୂତନ ଆଶା କୋଟି ହୃଦୟ ର।
ରାକ୍ଷୀ ନୁହେଁ ଏକ ବାଡୁଅ ଝିଅ ର ବୋଝ
ସେ ତ.... ଭଉଣୀ ଜୀବନର ସୁରକ୍ଷା କବଜ।
ରାକ୍ଷୀ ନୁହେଁ କେଉଁ ଏକ ଯୁଦ୍ଧର ବିଜୟ
ସେ ତ.... ଭାଇ ଭଉଣୀ ମମତା ର ପରିଚ଼ୟ।
ରାକ୍ଷୀ ନୁହେଁ ଜୀବନର ପ୍ରବାହରେ ଉବୁଟୁବୁ ନାବିକ
ସେ ତ.... ବିଶ୍ଵାସ ଭରଷା ଆଉ ସୁରକ୍ଷା ର ପ୍ରତୀକ।

ରଶ୍ମିତା ମହାପାତ୍ର
ଅରଞ୍ଜି, ବରପଦା, ଭଦ୍ରକ
ମୋ-୮୧୪୪୮୮୬୩୬୧